ବଡ ଶଣ୍ଢି ସମାଜ ଫୁଲବାଣୀର ଦ୍ୱିବାର୍ଷିକ ମହୋତ୍ସବ

0 151

ଫୁଲବାଣୀ: ଦୁଇ ଦିନ ଧରି ଘୋଡାଗାଡୁ ଠାରେ ବଡ ଶୁଣ୍ଢି ସମାଜ ଫୁଲବାଣୀର ଦ୍ୱିବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ରବିବାର ଦିନ ସକାଳୁ ମହିଳା ମାନଙ୍କ ଦ୍ୱାରା କଳସ ଯାତ୍ରା ସରିବା ପରେ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା । ଏଥି ସହିତ ଉକ୍ତ ମହୋତ୍ସବରେ ସମାଜର ପତାକା ଉତ୍ତୋଳନ କରାଯାଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭ ଉଦଘାଟନ କରାଯାଇଥିଲା । ସମାଜର ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଓ ପୂର୍ବତନ ଜିଲ୍ଲା ଖାଉଟି ବିବାଦର ସଭାପତି ଅଶୋକ କୁମାର ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସମାଜ ସଭାପତି ଡାକ୍ତର ରାଜ କିଶୋର ବେହେରା ଏହି ଅବସରରେ ତାଙ୍କର ଅଭିଭାଷଣ ରଖିଥିଲେ । ବାଲ୍ୟ ବିବାହ, ଯୌତୁକ ପ୍ରଥାର ଉଚ୍ଛେଦ, ଶିକ୍ଷା,ସ୍ୱାସ୍ଥ୍ୟ, ଭ୍ରାମ୍ୟମାଣ ରକ୍ତଦାନ ଶିବିର ଜରିଆରେ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା, ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା, ଅସହାୟକୁ ସାହାଯ୍ୟ, ବୃକ୍ଷରୋପଣ ଏପରି ଅନେକ କାର୍ଯ୍ୟକ୍ରମ ନିଷ୍ପତ୍ତି ନିଆଯାଇଥିଲା । ସମାଜ ଗଠନ ଓ ସୁସ୍ଥ ପରିବାର ଗଠନ ଉପରେ ସୁଦାମ ଚରଣ ବେହେରା, ଆଇନଜୀବୀ ପିତାମ୍ବର ସାହୁ, ଅଧ୍ୟାପକ ଶ୍ରୀରାମ ସାହୁ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ଏଥିରେ ସମସ୍ତ ଆଞ୍ଚଳିକ ସଭାପତି ଓ ଜିଲ୍ଲା କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ସନ୍ଧ୍ୟାରେ ଶୁଣ୍ଢି ସମାଜର ବାଳକ ବାଳିକା ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସମାଜର ବହୁ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋହ କରିଥିଲେ । ଏହି ଅବସରରେ ଏକ ଆଦର୍ଶ ବାହାଘର ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

sixteen − seven =