ବାଲିଗୁଡ଼ା : ଜାରି ରହିଛି ମିଳିତ ଅପରେସନ । ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ପ୍ରୟାସରେ ପୁଣି ନଷ୍ଟ ହେଲା ୧୪କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ଗ୍ରମପଞ୍ଚାୟତର ପୁଷାଙ୍ଗିଆ,ପାଲୁଙ୍କିଆ ଓ ଜକିକିଆ ଅଞ୍ଚଳର ୧୪୦ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ମିଳିତ ଟିମ୍ । ଯାହାର ଆନୁମାନିକ ମୂଲ୍ୟ ୧୪ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ଗତ ନଭେମ୍ବର ମାସରୁ ବାଲିଗୁଡ଼ା ଥାନା ଅଞ୍ଚଳରେ ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ୍ ନୀଳ ଜହର । ଅଞ୍ଚଳରୁ ବେଆଇନ୍ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ରୋକିବାକୁ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।