ଶ୍ରୀମନ୍ଦିର ଭିତର ବେଢା ଭିଡିଓ ଭାଇରାଲ

0 60

ପୁରୀ : ପୁଣି ଶ୍ରୀମନ୍ଦିର ଭିତର ଭିଡ଼ିଓ ଭାଇରାଲ ହୋଇଛି । ରୋହିତ ଜୟସ୍ୱାଲ ନାମକ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ରିଲ୍ସ କରି ନିଜ ଇନ୍‌ଷ୍ଟାଗ୍ରାମରେ ଭିଡ଼ିଓ ଅପଲୋଡ଼ କରିଛନ୍ତି । ତେବେ ଶ୍ରୀ ମନ୍ଦିରରେ ଏତେ କଡ଼ା ନିରାପତ୍ତା ସତ୍ତେ୍ୱ ସେ କିଭଳି ମୋବାଇଲ୍‌ ନେଲେ ଓ ରିଲ ବନାଇଲେ ସେନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଭିତରେ ମାଳମାଳ ପୋଲିସ୍‌ ଥିବା ବେଳେ କେମିତି କେହି ଦେଖି ପାରିଲେନି ସେ ନେଇ ପ୍ରଶ୍ନ ଉଠିଛି । ତେବେ ଏହି ଘଟଣା ପୁଣି ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା ଥିବା ପ୍ରମାଣିତ କରିଦେଇଛି । ଯେଉଁଠି ପୋଲିସ୍‌ ସାମାନ୍ୟ ମୋବାଇଲଟିଏ ଧରି ପାରୁନାହିଁ ସେଠି ଯଦି କେହି କିଛି ବିପଦ ଜନକ ସାମଗ୍ରୀ ନେଲେ କିଛି ଅଘଟଣ ଘଟିଲେ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ତେବେ ଉକ୍ତ ଯୁବକ କେମିତି ମୋବାଇଲ୍‌ ନେଲେ ଅଥବା କିଏ ତାଙ୍କୁ ମୋବାଇଲ୍‌ ନେବାରେ ସହଯୋଗ କରିଛି ତାର ତଦନ୍ତ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ପୂର୍ବରୁ ଏନ୍‌ଆଇ ଏ ବାରମ୍ବାର ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ବିପଦ ଥିବା ସତର୍କ କରି ଆସିଛି । ହେଲେ ପୁରୀ ପୋଲିସ୍‌ ଏହାକୁ ଗୁରୁତର ଭାବେ ନେଉ ନ ଥିବା ଅଭିଯୋଗ ହୋଇ ଆସୁଛି । ତେବେ ଭକ୍ତ ଏବଂ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଚେକିଙ୍ଗ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

three × 3 =