କଟକ: ଏଆଇଟିୟୁସି ସମ୍ବନ୍ଧିତ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ କଟକ ଜିଲ୍ଲାର ବିଶେଷ କର୍ମଶାଳା ବାରବାଟୀ ଷ୍ଟାଡିୟମଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଗୋବିନ୍ଦଚନ୍ଦ୍ର ନାୟକ ସଭାପତିତ୍ୱ କରିଥିବା ବେଳେ ଇସକଫ ଜାତୀୟ ସଂପାଦକ ବିଜୟ କୁମାର ପଢିହାରୀ, ରାଜ୍ୟ ନିର୍ମାଣ ଶ୍ରମିକ ସଙ୍ଘ ସାଧାରଣ ସଂପାଦକ ବ୍ରଜ ପ୍ରଧାନ, ଏଆଇଟିୟୁସି କଟକ ଜିଲ୍ଲା ସଭାପତି କିଶୋର ଜେନା, କଟକ ପ୍ରେସ ଶ୍ରମିକ ନେତା ରାମଚନ୍ଦ୍ର ବେହେରା ପ୍ରମୁଖ ଅତିଥି ଭାବେ ଯୋଗେ ଦେଇ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ସଂଶୋଧିତ ଆଇନ ବିରୋଧରେ ଐକ୍ୟବଦ୍ଧ ସଂଗ୍ରାମ କରିବାକୁ ଆହ୍ୱାନ ଦେଇ ଥିଲେ । ଜିଲ୍ଲା ସଂପାଦକ ବିନୋଦ କୁମାର ବେହେରା କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ଶ୍ରମିକଙ୍କୁ ପେନସନ-୩୦୦୦ଟଙ୍କା ପ୍ରଦାନ କ୍ଷେତ୍ରରେ ବିଳମ୍ବ କରାଯାଉଥିବାରୁ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସଭାରେ ନୂତନ କାର୍ଡ ବଣ୍ଟନ କରାଯାଇଥିଲା । ଜିଲ୍ଲାର ଆଠଗଡ, ବାଙ୍କି, ଚୌଦ୍ୱାର, ସାଲେପୁର, ଜଗତପୁର, କିଶୋରନଗର, କଟକ ନଗର ଓ କଟକସଦର ବ୍ଲକରୁ ଶ୍ରମିକମାନେ ଯୋଗଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସବିତା ଉପାଧ୍ୟୟ, ଅନୁପମା ଗିରି, ଗିତାଞ୍ଜଳୀ ଜେନା, ଜୟନ୍ତୀ ନାୟକ, ଲକ୍ଷ୍ମୀ ପ୍ରିୟା ବେହେରା, ଭବାନୀ ଶଙ୍କର କାଣ୍ଡି, ଅରୁଣ କୁମାର ପରିଡା, ଅଜୟ ଗିରି,ଝିଲ୍ଲ୍ଲି ବିଶୋଇ, ରୋଜି ଦାସ, ଯୋଗୈନ୍ଦ୍ର ଭୋଇ,ମମତା ନାୟକ, ଉର୍ମିଲା ନାୟକ, ଛବି ଖୁଣ୍ଟିଆ, ନିତ୍ୟାନନ୍ଦ ନାୟକ ,ହେମନ୍ତ ଦାସ, ସଞ୍ଜୟ ପରିଜା, ଶଙ୍କର୍ଷଣ ନାୟକ, ପ୍ରମିଳା ସାହୁ, ଗୀତାଞ୍ଜଳୀଗିରି, ରାଜେଶ ପ୍ରଧାନ, ସରୋଜ ରାଉତ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ପ୍ରସନ୍ନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।