୨୨ରେ ଦେବସ୍ନାନ ପୂର୍ଣ୍ଣିମା, ପୁରୀ ପୁଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି

0 80

ପୁରୀ : ଜୁନ୍‌ ୨୨ ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ତେବେ ଏହାକୁ ନେଇ ପୁରୀ ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ପୁରୀ ଏସପିଙ୍କ କନଫରେନ୍ସ ହଲ୍‌ରେ ଛତିଶାନିଯୋଗ ସେବାୟତ ପ୍ରତିନିଧି ମାନଙ୍କ ସହ ବୈଠକ କରିଛନ୍ତି ଏସପି ପିନାକ ମିଶ୍ର । ବିଗତ ବର୍ଷ ସ୍ନାନପୂର୍ଣ୍ଣିମାରେ କ’ଣ ସବୁ ସମସ୍ୟାର ସମ୍ମୁଖିନ ହୋଇଥିଲେ ସେବାୟତ ସେନେଇ ଏସ୍‌ପିଙ୍କୁ ଅବଗତ କରାଇଥିଲେ ଛତିଶା ନିଯୋଗର ସେବାୟତ ପ୍ରତିନିଧି । ସେହିପରି ଚଳିତବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା କିଭଳି ସୁରୁଖୁରୁରେ ଆୟୋଜନ ହୋଇପାରିବ, ପାଳିଆ ସେବାୟତ ମାନେ ସହଜରେ କିଭଳି ପ୍ରବେଶ କରିପାରିବେ, ନୀତିକାନ୍ତି କିଭଳି ସୂଚାରୁରୂପେ ହୋଇପାରିବ, ଭକ୍ତମାନେ ମହାପ୍ରଭୁଙ୍କୁ ଭଲ ଭାବେ କିଭଳି ଦର୍ଶନ କରିପାରିବେ ସେନେଇ ବୈଠକରେ ଆଲୋଚନା ହୋଇଛି । ସେପଟେ ଲଗାତାର ରଜ ତିନିଦିନ ପୁରୀରେ ଭକ୍ତଙ୍କ ଅସମ୍ଭାଳ ଭିଡ ପାଇଁ ଗୁଇନ୍ଦା ବିଭାଗକୁ ଦାୟୀ କରିଛନ୍ତି ପରିଚାଳନା କମିଟିର ସଦସ୍ୟ ମାଧବ ମହାପାତ୍ର । ତେବେ ପୁରୀ ବଡଦାଣ୍ଡରେ ବ୍ୟାଟେରୀ ଗାଡି ଗଡିବା ପରିବର୍ତ୍ତେ ଶ୍ରୀଦାଣ୍ଡରେ ଏହା ଗଡାଯାଉ ବୋଲି କହିଛନ୍ତି ପରିଚାଳନା କମିଟିର ସଦସ୍ୟ । ସେହିପରି ଶ୍ରୀମନ୍ଦିର ଚାରିପଟେ ସେବାୟତଙ୍କ ପାଇଁ ଗାଡିଷ୍ଟାଣ୍ଡ ବ୍ୟବସ୍ଥା କରିବାକୁ ବୈଠକରେ ଆଲୋଚନା ହୋଇଥିବା ବେଳେ ପଣ୍ଡା ଦ୍ୱାର ଦେଇ ଭକ୍ତଙ୍କ ଦର୍ଶନ ଓ ଗୋପାଳବଲ୍ଲଭ ନୀତି ସମୟରେ ଦର୍ଶନ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା କହିଛନ୍ତି ପରିଚାଳନା କମିଟିର ସଦସ୍ୟ ମାଧବ ମହାପାତ୍ର ।

hiranchal ad1
Leave A Reply

Your email address will not be published.

three × one =