ବିଧାୟକଙ୍କ ପ୍ରଚେଷ୍ଟାରେ ଦୁର୍ଗମ ଅଂଚଳକୁ ଚାଲିଲା ବସ୍‌

0 306

ଦଶପଲ୍ଲା : ନୟାଗଡ ଜିଲା ଗଣିଆ ବ୍ଲକ ଅନ୍ତର୍ଗତ ବଡସିଲିଙ୍ଗା ପଞ୍ଚାୟତ ଏକ ଦୁର୍ଗମ ତଥା ଆଦିବାସୀ ଅଞ୍ଚଳ ଭାବେ ପରିଚିତ । ଯେଉଁ ଗ୍ରାମକୁ ଯାତାୟାତ କଷ୍ଟସାଧ୍ୟ ଏବଂ ବିଦ୍ୟୁତ ଆଲୋକ, ମୋବାଇଲ ସେବା ମଧ୍ୟ ହୋଇପାରି ନାହିଁ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଚେଷ୍ଟାରେ ପଞ୍ଚାୟତର ସଦର ମହକୁମା ବଡସିଲିଙ୍ଗା ପର୍ଯ୍ୟନ୍ତ ରାସ୍ତାଟିଏ ହୋଇଥିଲା । ମାତ୍ର ଏଠାକୁ ବସ ଖଣ୍ଡିଏ ଚଳାଚଳ ହୋଇ ପାରୁନଥିବା ଯୋଗୁଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ଭୁବନେଶ୍ୱରଠାରୁ ବଡସିଲିଙ୍ଗା ଯିବାପାଇଁ ଏକ ଘରୋଇ ବସ ପରିମିଟ ପାଇଥିଲେ ମଧ୍ୟ ବଡସିଲିଙ୍ଗା ଯିବା ପାଇଁ ବାଧକ ସାଜିଥିଲା ଛାମୁଣ୍ଡିଆ ମହାନଦୀ ବନ୍ୟପ୍ରାଣୀ ବିଭାଗ । ବିଭାଗ ପକ୍ଷରୁ ସନ୍ଧ୍ୟା ବସ ଚଳାଚଳ ନିମନ୍ତେ ଗ୍ରାମବାସୀ ଛାମୁଣ୍ଡିଆ ରେଞ୍ଜ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ମାତ୍ର କିଛିଦିନ ପୂର୍ବରୁ ଦୁର୍ଗମ ଅଞ୍ଚଳକୁ ଗସ୍ତ କରି ବିଧାୟକ ଶ୍ରୀ ବେହେରା ସମସ୍ୟା ବୁଝିଥିଲେ । ବଡସିଲିଙ୍ଗାର ଦୁର୍ଗମ, ଆଦିବାସୀ ବହୁଳ ଅଞ୍ଚଳକୁ ଘରୋଇ ବସ ଯାତୟାତ କରିବା ନିମନ୍ତେ ବିଧାୟକ ରମେଶ ଚନ୍ଦ୍ର ବେହେରା ଦନଖଣ୍ଡ ଅଧିକାରୀ, ମହାନଦୀ ବନ୍ୟପ୍ରାଣୀ ବିଭାଗ ନୟାଗଡଙ୍କ ସହ ବୁଝାମଣା କରିବା ପରେ ବଡସିଲିଙ୍ଗା ଗ୍ରାମରୁ ଶ୍ରୀରାମ୍‌ ନାମକ ଏକ ଘରୋଇ ବସ ଯାତ୍ରା ଆରମ୍ଭ କରିଥିଲା । ଏନେଇ ଗ୍ରାମବାସୀ ଖୁସି ପ୍ରକଟ କରିବା ସହ ବିଧାୟକ, ବନଖଣ୍ଡ ଅଧିକାରୀ ଏବଂ ମହାନଦୀ ବନ୍ୟପ୍ରାଣୀ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

5 + sixteen =