ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ବିରୋଧ, ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଘେରିଲେ ଆନ୍ଦୋଳନକାରୀ

0 294

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିବା ଦଶପଲ୍ଲା ବ୍ଲକ୍‌ ବୁଗୁଡ଼ା କଲୋନୀ ଗ୍ରାମର କ୍ଷତିଗ୍ରସ୍ତ ପରିବାରଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଗତ ୫ ତାରିଖଠାରୁ ନିଜର ହକ୍‌ ଦାବି କରି ଏସବୁ ପରିବାର ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ନିଜ ଅକ୍ତିଆରରେ ଥିବା ଚାଷ ଜମି ଚତୁଃପାର୍ଶ୍ୱକୁ ନାଲି କନା ମାରି ଘେରି ରଖିଛନ୍ତି । ଏପଟେ ଆଦିବାସୀମାନେ ମୁଠିଚାଉଳ ସଂଗ୍ରହ କରି ଧାରଣା ସ୍ଥଳରେ ରୋସେଇ କରି, ହାତରେ ଧନୁତୀର ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ଦିନତମାମ୍‌ ଧାରଣାରେ ବସି ରହୁଛନ୍ତି । କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅଧିକାର କରି ଆସୁଥିବା ଚାଷ ଜମିକୁ କୌଣସି ପରିସ୍ଥିତିରେ ଛାଡ଼ି ଦିଆଯିବ ନାହିଁ ବୋଲି ଆନ୍ଦୋଳନକାରୀମାନେ ଚରମ ଚେତାବନୀ ଶୁଣାଇଛନ୍ତି । ଏପଟେ ଠିକାସଂସ୍ଥା ପକ୍ଷରୁ ନିକଟସ୍ଥ ସ୍ଥାନରେ କାମ ଚାଲିଥିବା ବେଳେ ଏହି କାମ ଗତକାଲିଠାରୁ ବନ୍ଦ ଥିବା ଦେଖିବାକୁ ମିଳିଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ହୋଇପଡ଼ିଛି ।

hiranchal ad1
Leave A Reply

Your email address will not be published.

1 + thirteen =