କଳିଙ୍ଗ ଯୁବକଳା ପରିଷଦ ଓ ଯୁବକ ସଂଘ ତରଫରୁ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

0 69

ଘୁ.ଉଦୟଗିରି: ସ୍ଥାନୀୟ କଳିଙ୍ଗା ପଞ୍ଚାୟତ ଯୁବ କଳା ପରିଷଦ ଆନୁକୁଲ୍ୟରେ ଯୁବକ ସଂଘ ତରଫରୁ ଗଣେଶ ପୂଜାର ୧୫ ବର୍ଷ ପୂରଣ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ର ପୂଜ୍ୟ ଶ୍ରୀଗଣେଶ ମହାଦେବଙ୍କ ସାମୁହିକ ପୂଜା ପାଳନର ଦୀର୍ଘ ୧୫ ବର୍ଷ ପୂରଣ କରିପାରିଥିବା ବେଳେ ଏହି ଅବସରରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସ୍ଥାନୀୟ ଏସଡିପିଓ ଡ. ତିରୁପତି ରାଓ ପଟ୍ଟନାୟକ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଆଇଆଇସି ଅଜୟ କୁମାର ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ସମୀର ପାଢ଼ୀ, କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ରଞ୍ଜନ ପ୍ରଧାନ, ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ, ଟିକାବାଲି ଅଧ୍ୟକ୍ଷ ଦିଲୀପ କହଁର, ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ବ୍ଲକ ଉପାଧ୍ୟକ୍ଷ ଏନ.ଲୁକ୍‌, କଳିଙ୍ଗା ସରପଞ୍ଚ ବକ୍ସି ମଲିକ, ଲିଙ୍ଗାଗଡ ସରପଞ୍ଚ ଅବଲାକର ପ୍ରଧାନ, ଏନଏସି ନଗର ବିଜେଡି ନଗର ସଭାପତି ଗୋପାଳକୃଷ୍ଣ ମହାପାତ୍ର, ବ୍ଲକ ସଭାପତି ଲିଙ୍ଗରାଜ କହଁର, କଳିଙ୍ଗା ପଞ୍ଚାୟତ ବିଜେଡି ସଭାପତି ବିନାୟକ ପ୍ରଧାନ ଉପସ୍ଥିତ ରହି ସମସ୍ତ ପ୍ରତିଯୋଗୀ ଓ ଉପଭୋକ୍ତାଙ୍କୁ ସୁନ୍ଦର ଉପଦେଶ ଦେଇଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ସମିତି ଅଞ୍ଚଳର ସମୁଦାୟ ୭୫ ଜଣ କୁନି କୁନି କଳାକାର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିବା ଦେଖିବାକୁ ମିଳିଛି । ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜାର ୧୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଉପଭୋଗ କରିଥିବା ବେଳେ ଯୁବ କଳା ପରିଷଦର ସଭାପତି, ଧରଣୀ ଧର ପ୍ରଧାନ, ସମ୍ପାଦକ ସୁଶାନ୍ତ କୁମାର ନାୟକ ଆୟୋଜନ କରିଥିବା ବେଳେ ଯୁବ ସମାଜସେବୀ ଆମନ କୁମାର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ସ୍ଥାନୀୟ ସରପଞ୍ଚ ବକ୍ସି ମଲିକ ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ ଧନ୍ୟବାଦ ଦେଇ ଉଦଘାଟନ ସଭାସାଙ୍ଗ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଘୋଷଣା କରିଥିଲେ ।

hiranchal ad1
Leave A Reply

Your email address will not be published.

three × 3 =