ରଥକାଠ ଅନୁକୂଳ ପାଇଁ ଶୁଭଦିନ ନିର୍ଘଣ୍ଟ

0 107

ଗଣିଆ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଘୋଷଯାତ୍ରା ନିମନ୍ତେ ରଥକାଠ ଅନୁକୂଳ ପାଇଁ ନୟାଗଡ଼ ବନଖଣ୍ଡ ଅଧିକାରୀ ଦେବାର୍ଚନ ବେହେରାଙ୍କ ନିର୍ଦ୍ଦେଶରେ ଦଶପଲ୍ଲା ରେଞ୍ଜର ଶ୍ରୀନିବାସ ଦାଶ, ଅବସରପ୍ରାପ୍ତ ବନପାଳ ତଥା ଗଣକ ପ୍ରଫୁଲ୍ଲ କୁମାର ଦାଶ,ମା ବଡରାଉଳଙ୍କ ପୁରୋହିତ ପ୍ରଶନ୍ନ କୁମାର ଦାଶଙ୍କ ନିକଟରେ ପହଞ୍ଚି ରଥକାଠ ଅନୁକୂଳ ପାଇଁ ଗଣନା କରିଛନ୍ତି । ପୂଜା ପାଇଁ ଦୁଇଟି ଦିନ ଧାର୍ଯ୍ୟ କରାଯାଇଛି । ଡିସେମ୍ବର ମାସ ୨୩ ଓ ୩୦ ତାରିଖ  ପାଇଁ ଶୁଭ ଦିନ ନିର୍ଘଣ୍ଟ ହୋଇଛି । ଏହି ଦୁଇଟି ଦିନ ଧାର୍ଯ୍ୟ ହେବା ପରେ ବନଖଣ୍ଡ ଅଧିକାରୀଙ୍କୁ ପ୍ରେରଣ କରାଯିବ । ଏହି ଦୁଇ ଦିନ ମଧ୍ୟରୁ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ଦିନ ଧାର୍ଯ୍ୟ କରିବେ ସେହି ଦିନ ରଥକାଠ ଅନୁକୂଳ ପାଇଁ ପୂଜାର୍ଚ୍ଚନା କରାଯିବ ବୋଲି ରେଞ୍ଜର କହିଛନ୍ତି । ସୂଚନାଯୋଗ୍ୟ ଯେ ଗଣିଆ ବ୍ଳକ ବଡମୂଳ ଠାରେ ଥିବା ମା ବଡରାଉଳଙ୍କ ପୀଠରେ ପ୍ରତିବର୍ଷ ପୁରୀର ଘୋଷଯାତ୍ରା ପାଇଁ ରଥକାଠ ଅନୁକୂଳ ପୂଜାର୍ଚ୍ଚନା କରାଯାଏ । ପୂରୀ ଶ୍ରୀମନ୍ଦିରର ଏକ ପ୍ରତିନିଧି ମଣ୍ଡଳୀ ଆଜ୍ଞାମାଳ, ମହାପ୍ରସାଦ,ପାଟପତନୀ,ଆଣି ମା ବଡରାଉଳଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିବା ପରେ ରଥ ତିଆରି ପାଇଁ କାଠ କାଟିବା କାର୍ଯ୍ୟ ଆରମ୍ଭ ହୁଏ । କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

5 × four =