ପୁରୀ-ଯାତ୍ରୀଙ୍କଠାରୁ ମୋବାଇଲ ଫୋନ୍ ଛଡ଼ାଇନେବା ଅଭିଯୋଗରେ ସଦର ଥାନା ପୁଲିସ ଜଣେ ଅଟୋଚାଳକକୁ ଗିରଫ କରିଛି | ତା ନିକଟରୁ ପୁଲିସ ୫ଟି ମୋବାଇଲ ଫୋନ୍ ସହ ଗୋଟିଏ ବାଇକ୍ ଜବତ କରିଛି | ପେଣ୍ଠକଟା ସାମୁଦ୍ରିକ ଥାନା ଅନ୍ତର୍ଗତ ଭୁଦାନ ନଗରର ପ୍ରଫୁଲ୍ଲ କୁମାର ସାହୁ ଗତ ୭ ତାରିଖ ପୂର୍ବାହ୍ନ ୯ଟା ସମୟରେ ପୁରୀରୁ ରାମଚଣ୍ଡି ଥାନା ଅନ୍ତର୍ଗତ ବାଲିଘାଇର ପବିତ୍ର ବେହେରା(୨୪)ଙ୍କ ଅଟୋରେ କୋଣାର୍କ ଯାଉଥିଲେ । ପବିତ୍ର
ଅଟୋକୁ ବେଲେଶ୍ବର କଲେଜ ନାରାୟଣ ଗେଟ୍ ନିକଟରେ ଅଟକାଇ ପ୍ରଫୁଲ୍ଲଙ୍କ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲା | ଏନେଇ ପ୍ରଫୁଲ୍ଲ ସଦର ଥାନାର ଅଭିଯୋଗ କରିଥିଲେ | ପୁଲିସ ୨୬୬|୨୫ ନମ୍ବରରେ ଏକ ମାମଲା ରୁଜୁକରି ପବିତ୍ରକୁ ଗିରଫ କରିବା ସହିତ ତା ନିକଟରୁ ୫ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ବାଇକ୍ ଜବତ କରିଛି | ସୂଚନାଯୋଗ୍ୟ ଯେ ପବିତ୍ର ନାମରେ ପୂର୍ବରୁ ସଦର ଥାନା, ପେଣ୍ଠକଟା ସାମୁଦ୍ରିକ ଥାନା, ରାମଚଣ୍ଡି ଥାନା ଏବଂ ତାଳବଣିଆ ଥାନାରେ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି |
