ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ

0 50

ବୌଦ୍ଧ : ବୌଦ୍ଧ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ହରଭଙ୍ଗା ବ୍ଲକର ରାମଗଡ଼ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାନେତ୍ରୀ ମୀନାରାଣୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ଏଥିରେ ରାଜ୍ୟରେ ମହିଳା ବିରୋଧୀ ହିଂସା, ମହିଳା ଅସଦାଚରଣ, ନାବାଳିକା ଯୌନ ନିର୍ଯାତନା, ସାଇବର କ୍ରାଇମ,ମାନବ ଚାଲାଣ ଆଦି ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଏହା ଏକ ଲଜ୍ଜାଜନକ ବୋଲିି ଶ୍ରୀମତୀ ମିଶ୍ର କହିଥିଲେ । ଶିକ୍ଷା ଓ ସଚେତନତାର ଅଭାବ ହେତୁ ବାଲ୍ୟ ବିବାହ ଭଳି କୁପ୍ରଥାର ବଶବର୍ତ୍ତୀ ହୋଇ ନାବାଳିକାମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଛି । ଏନସିଆରବି ରିପୋର୍ଟ ଅନୁସାରେ ରାଜ୍ୟର ମହିଳା ଅପହରଣ ୩୭ ପ୍ରତିଶତ, ମହିଳା ଅସଦାଚରଣ ୧୭.୮ ପ୍ରତିଶତ, ଦୁଷ୍କର୍ମ ୨୦.୨୩ ପ୍ରତିଶତ, ନାବାଳିକା ଯୌନ ନିର୍ଯାତନା ୧୩.୩୫ ପ୍ରତିଶତ ଥିବାବେଳେ ଜିଲାରେ ଯଥେଷ୍ଟ ଅଧିକ ରହିଛି । ସବୁଠାରୁ ଦୁଃଖର ବିଷୟ ପୋଲିସର ନିଷ୍କ୍ରିୟତା ଓ ଉଦାସୀନତା, ସରକାରୀ ଦଳର ହାତ ବାରିସୀ ସାଜି ନିରୀହ ପୀଡିତା ମାନଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ନେତାଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଛି ଯାହା ଦ୍ୱାରା ପୋଲିସ ଉପରୁ ଲୋକଙ୍କ ଭରସା ତୁଟି ଯାଉଛି । ଯାହା ଦ୍ୱାରା ୫୦ ପ୍ରତିଶତ ମହିଳା ଅଭିଯୋଗ ଜଣାଇବାକୁ ଥାନାକୁ ଆସୁ ନାହାନ୍ତି । ରାଜ୍ୟରେ ନାରୀ ସମାଜକୁ ସମ୍ମାନ ସୁରକ୍ଷା ନ୍ୟାୟ ଦାବୀରେ ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଗାମୀ ସେପ୍ଟେମ୍ବର ୭ଓ ୮ ତାରିଖରେ ଜିଲ୍ଲା ମହିଳା ମୋର୍ଚ୍ଚା ରାସ୍ତାକୁ ଓହ୍ଲାଇବା ସଂପର୍କରେ ବୈଠକରେ ମତ ପ୍ରକାଶ ପାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ସମ୍ପାଦିକା ଶାନ୍ତିଲତା ଦନ୍ତା ଓ ଅନ୍ୟାନ କର୍ମୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 − 3 =