ମହିଳା ସ୍ନାତକ କଲେଜରେ ଯୁବ ସଂସ୍କାର କାର୍ଯ୍ୟକ୍ରମ

0 60

ନବରଙ୍ଗପୁର: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶିତ ଯୁବ ରେଡକ୍ରସ୍‌ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ ଯୋଗ ଦେଇ ଯୁବ ସଂସ୍କାରର ମହତ୍ତ୍ୱ ସମ୍ପର୍କରେ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଭାବେ ସେବା ନିବୃତ୍ତ ପ୍ରାଧ୍ୟାପକ ଡ଼ଃ. ବିଜୟ ମିଶ୍ର ଯୁବ ପୀଢ଼ିଙ୍କ ମଧ୍ୟରେ ଦେଶାତ୍ମବୋଧ ଭାବନାର ଜାଗ୍ରତ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ୍‌ ସଂଯୋଜିକା ଡ଼ଃ. ସଂଯୁକ୍ତା ପଣ୍ଡା ପରିଚାଳନା କରିବା ସହିତ ଦେଶ ମାତୃକା ପାଇଁ ଉତ୍ତମ ନାଗରିକର କର୍ତ୍ତବ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଯୁବ ସଂସ୍କାର କାର୍ଯ୍ୟକ୍ରମର ସଂଯୋଜିକା ଶ୍ରୀମତୀ ରଞ୍ଜୁସା ପ୍ରହରାଜ ଯୁବ ସଂସ୍କାର କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ସୁନୀତା ପାତ୍ର ସମେତ ଶ୍ରୀମତୀ ତାଇରା ବେଗମ୍‌, ଶ୍ରୀମତୀ ତରନମ ଆରା, ଡ଼ଃ. ରୋହିଣୀ ରାଣୀ ତଥା ଅଧ୍ୟାପକ ଲକ୍ଷ୍ମୀକାନ୍ତ ସୌରା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ଶ୍ରୀମତୀ ରଞ୍ଜୁସା ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

two × three =