ଅଦିତି କଲେଜର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ

0 147

ସୋନପୁର: ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉତ୍ସବ ଆତ୍ମ ବିସ୍ତାର ମହସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ବରିଷ୍ଠ ଇଂରାଜୀ ପ୍ରାଧ୍ୟାପକ ଭବାନୀ ଶଙ୍କର ରାଉତ ଯୋଗଦେଇ ପାଠପଢା ସହିତ ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ କଳାର ବିକାଶ ଲାଗି ଉଦ୍ୟମ ଆବଶ୍ୟକ ବୋଲି ମତ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ବରିଷ୍ଠ ଓଡ଼ିଆ ପ୍ରାଧ୍ୟାପକ ବାସୁଦେବ ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନେ ନିଜ ଅଞ୍ଚଳର ସଂସ୍କୃତି ସହିତ ଜଡ଼ିତ ହେବା ଉଚିତ ବୋଲି ମତ ରଖିଥିଲେ । ଅଦିତି କଲେଜର ଚେୟାରମେନ ଡଃ ଜ୍ୟୋତି ରଞ୍ଜନ ବହିଦାର ସଭାରେ ସଭାପତିତ୍ୱ କରି ଅନଲାଇନ ନୁହେଁ ନିଜର ପିଲା ଛୁଆର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ମାଆ ମାନଙ୍କୁ ଅଫଲାଇନ୍‌ ହେବାକୁ ପଡିବ ବୋଲି ମତ ଦେଇଥିଲେ । ଅଧ୍ୟାପିକା ଲଭଲୀ ଶ୍ରୀ ମିଶ୍ର ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ନିଶାନ୍ତ ମହାନ୍ତି ବାର୍ଷିକ ବିବରଣୀ ପଠନ କରିଥିଲେ । କଲେଜ ଅଧ୍ୟକ୍ଷା ଶ୍ରୀମତି ଲିଖିତା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅର୍ଥନୀତି ବିଭାଗ ଅଧ୍ୟାପିକା ଚିନ୍ମୟାନନ୍ଦ ପାତ୍ର ଧନ୍ୟବାଦ୍‌ ଅର୍ପଣ କରିଥିଲେ । କ୍ରୀଡ଼ା, ସାଂସ୍କୃତିକ ତଥା ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରଯାଇଥିଲା । ଶୁଭଶ୍ରୀ ପୃଷେଠ, ସ୍ୱଂୟ ସୌମ୍ୟା ବଡ଼ ପଣ୍ଡା, ଗୁଣୀତା ସାହୁ ପ୍ରମୁଖ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା । ଆର୍ଟ ଏଣ୍ଡ ପେଣ୍ଟିଂରେ ରାଜ୍ୟ ସ୍ତରୀୟ କୃତୀ ପ୍ରତିଯୋଗୀତାର ଶ୍ରେଷ୍ଠ ଛାତ୍ରୀ ପ୍ରଂଶସା ପ୍ରିୟଦର୍ଶିନୀ ଜେନା, ଯୁକ୍ତ ଦୁଇ ଟପ୍ପର ଛାତ୍ର ତିଲସ୍ମି ବାରିକ୍‌, ବେଷ୍ଟ ଷ୍ଟୁଡେଣ୍ଟ୍‌ ଭାବେ କରିନା ମହାକୁଡ଼, ଚଳିତ ବର୍ଷର ଶ୍ରେଷ୍ଠ କ୍ରୀଡାବିତ ଶକ୍ତି ମେହେର ଓ ସ୍ୱାଗତିକା ଜାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସହରର ତଥା ପାଖଆଖ ଅଞ୍ଚଳର ବିଭିନ୍ନ କଲେଜର ଅଧ୍ୟାପକ, ବୁଦ୍ଧିଜିବୀ, ସଚେତନ ନାଗରିକ, ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇ ଉତ୍ସବକୁ ଉପଭୋଗ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

hiranchal ad1
Leave A Reply

Your email address will not be published.

12 − 6 =