ନରସିଂହପୁରରେ  ଅଟୋ ଦୁର୍ଘଟଣା,୧୫ ଆହତ; ଚିକିତ୍ସାଧୀନ ଆହତଙ୍କୁ ଭେଟିଲେ ବିଧାୟକ ଦେବୀ ମିଶ୍ର

0 91

କଟକ: ଅଟୋ ଓଭର ଲୋଡିଂରୁ ଦୁର୍ଘଟଣା। କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଓଲବ ଘାଟି ରାସ୍ତା ନିକଟରେ ଅଟୋ ଓଲଟି ୧୫ ଆହତ। ଅଟୋ ଓଭର ଲୋଡିଙ୍ଗ ପାଇଁ ଘଟିଲା ଦୁର୍ଘଟଣା । ଗୋଟିଏ ଅଟୋରେ ଡ୍ରାଇଭର ସହ ସମୁଦାୟ ୧୫ ଜଣ ବସି  ଚମ୍ପେଶ୍ୱର ସାପ୍ତାହିକ ପରିବାହାଟକୁ ଆସୁଥିବା ବାଟରେ ଘଟିଲା ଅଘଟଣ ।  ଅଟୋରେ ବସି ଆସୁଥିବା ୧୫ ଜଣଙ୍କ ମଧ୍ୟରେ ୧୨ଜଣ ମହିଳା,ଜଣେ ଯୁବକ,ଜଣେ ବୃଦ୍ଧ ଓ ଜଣେ ପୁରୁଷ ଚାଳକ ଥିଲେ। ସମସ୍ତେ ଆହତ ଅବସ୍ଥାରେ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ୪ ଜଣ ଅଧିକ ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ରେଫର କରାଯାଇଛି ।ଆହତ ମାନଙ୍କ ମଧ୍ୟରେ ଓଲବ ଗାଁର ଅନିତା ପ୍ରଧାନ(୩୦),ମଣ୍ଡା ବେହେରା(୬୦),ମିନତି ବେହେରା (୨୬), ନବନି ଦେହୁରୀ(୩୫), ଶୈଳ ବେହେରା (୪୦), ତାଳପୁଞ୍ଜି ଗାଁର ସନେଇ ପ୍ରଧାନ(୧୭),ପ୍ରତାପ ନାଏକ (୫୫),ରେବତୀ ପ୍ରଧାନ(୪୨), ଓସ୍ତପାଳ ଗାଁର ସାବିତ୍ରୀ ପ୍ରଧାନ(୪୫)।ଅଟୋ ଓଭର ଲୋଡିଂ ରୁ ଦୁର୍ଘଟଣା ଘଟିଥିବା ଆହତ ମାନଙ୍କୁ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର,  ସମିତି ସଭ୍ୟ ନିର୍ମଳ କୁମାର ଜେନା, ଜିଲ୍ଲାପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର   ଭେଟିଥିଲେ । ସେମାନଙ୍କର ସମ୍ପର୍କୀୟ ମାନଙ୍କ ସହ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିବା ସହିତ ଡାକ୍ତରଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

eleven − 1 =