ବରଗଡ଼ ଧନୁଯାତ୍ରା ଗୋପପୁର ପାଇଁ ଶୁଭ ସ୍ତମ୍ଭ ସ୍ଥାପିତ

0 79

ବରଗଡ : ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେବ । ଏହି ମହୋତ୍ସବ ସମୟରେ ବରଗଡ଼ ସହର ମଥୁରା ନଗରୀ ପାଲଟୁଥିବାବେଳେ ଅମ୍ବାପାଲି ଗୋପପୁର ହୋଇଥାଏ । ଆଉ ଏହି ଉଭୟ ସହର ମଝିରେ ଥିବା ଜୀରା ନଦୀ ଯମୁନା ପାଲଟି ଥାଏ । ଧନୁଯାତ୍ରା କଥାବସ୍ତୁର କୃଷ୍ଣ ବଳରାମ ଓ ରାଧାଙ୍କ ବିଭିନ୍ନ ଲୀଳା ଖେଳାର ଦୃଶ୍ୟାଭିନୟ ଗୋପପୁରରେ ଅନୁଷ୍ଠିତ ହୁଏ । ଏହି କ୍ରମରେ ଆଜି ଗୋପପୁର ଯାତ୍ରା ପାଇଁ ଯମୁନା ପାଲଟୁଥିବା ଜିରା ନଦୀ କୂଳରେ ଶୁଭସ୍ତମ୍ଭ ସ୍ଥାପିତ ହୋଇଛି । ଏହି ସମୟରେ ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀ, ବରଗଡ଼ ଉପଜିଲାପାଳ କୁମାର ନାଗଭୂଷଣ, ବରଗଡ଼ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇ, କୃଷ୍ଣ ଭୂମିକାରେ ଅଭିନୟ କରୁଥିବା ସମ୍ରାଟ ମହାପାତ୍ର, ବଳରାମ ଭୂମିକାରେ ଅଭିନୟ କରୁଥିବା କିଶନ ବିର୍ଷିଆ, ନନ୍ଦରାଜା ସତ୍ୟନାରାୟଣ ପୋଡ଼ ଏବଂ ଗୋପପୁର ଯାତ୍ରା କମିଟିର କର୍ମକର୍ତ୍ତା ଏବଂ ସଭ୍ୟମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

20 + sixteen =