ଲଳିତ ନାୟକ ଫାଉଣ୍ଡେସନ ପକ୍ଷରୁ ଶ୍ରମିକଙ୍କ ଚକ୍ଷୁ ପରୀକ୍ଷା ଶିବିର

0 184

ସୁବର୍ଣ୍ଣପୁର : ଆଜି ଓଡିଶା ରାଜ୍ୟ ପଣ୍ୟକ୍ଷଗାର ନିଗମ ସୋନପୁର ଠାରେ ଲଳିତ ନାୟକ ଫାଉଣ୍ଡେସନ ବଲାଙ୍ଗୀର ପକ୍ଷରୁ ଶ୍ରମିକମାନଙ୍କ ପାଇଁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ବୀରମହାରାଜପୁରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରକୁ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଉଦଘାଟନ କରିଥିଲେ । ତୁଳସୀର ବାସ୍ନା ଭଳି ଛାତ୍ର ଜୀବନରୁ ଲଳିତ ନାୟକଙ୍କ ସେବା ଓ ପ୍ରତିଭା ସ୍ପଷ୍ଟ ବାରି ହୋଇ ପଡୁଥିଲା ବୋଲି ମତ ରଖି ସବୁବେଳେ ଶ୍ରୀ ନାୟକଙ୍କ ବଚନ ଓ ଆଚରଣ ସମାନ ଥିଲା ବୋଲି ଏଡିଏମ ଶ୍ରୀ ଦାଶ କହିଥିଲେ । ସମ୍ମାନିତ ଅତିଥି ଭାବେ ନୂତନ ଏସଡିପିଓ ରାଜ କିଶୋର ମିଶ୍ର ଯୋଗ ଦେଇ ଦୁର୍ଗତ ମାନଙ୍କ ର ବନ୍ଧୁ ଲଳିତ ନାୟକ ବୋଲି ମତ ରଖି ଏ ଅଞ୍ଚଳର ଶିକ୍ଷା ସ୍ୱାସ୍ଥ୍ୟ ଦିଗରୁ ତାଙ୍କ ଭିଜନ ଥିଲା ବୋଲି କହିଥିଲେ । ସଭାରେ ସମାଜସେବୀ ମନୋରଞ୍ଜନ ତ୍ରିପାଠୀ ଓ ଲଳିତ ଫାଉଣ୍ଡେସନର କୋଡିନେଟର ବିବେକ ନାୟକ (ବବୁଲୁ ) ଅତିଥି ଭାବେ ଯୋଗ ଦେଇ ସୋନପୁର ଅଞ୍ଚଳରେ ବିଭିନ୍ନ କ୍ଷେତ୍ରରେ ଥିବା ଫାଉଣ୍ଡେସନର ସେବା କାର୍ଯ୍ୟ ଓ ଅବଦାନ ଉପରେ ଆଲୋକପାତ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଶ୍ରମିକଙ୍କ ସ୍ୱାସ୍ଥ୍ୟ ସୁଧାର ଓ ଏକତା ହିଁ ଏହାର ଲକ୍ଷ୍ୟ ବୋଲି କହିଥିଲେ । ସଂଗଠନ ଉପଦେଷ୍ଟା ଅଙ୍କୁଶ ପାଣ୍ଡିଆ ସଭା ସଂଯୋଜନା କରିଥିବା ବେଳେ ଅଙ୍କିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏମଏନସି ପଣ୍ଡାପାଲିର ଛଅ ଜଣ ଟେକ୍ନିସିଆନ ଶତାଧିକ ଶ୍ରମିକଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ।

hiranchal ad1
Leave A Reply

Your email address will not be published.

six + 9 =