ଲାଞ୍ଚୁଆ ଷ୍ଟେନୋକୁ ୩ବର୍ଷ ଜେଲଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜୋରିମାନା

0 135

ଫୁଲବାଣୀ: ବିଜୁଳି ବିଲ୍‌ ସଂଶୋଧନ କରିବା ପାଇଁ ୨୦୧୯ ମସିହାରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ ଷ୍ଟେନୋ ମନ୍ମଥ କୁମାର ଗଡ଼ନାୟକ । ଆଜି ସେହି ମାମଲାର ବିଚାରକରି ମାନ୍ୟବର ଭିଜିଲାନ୍ସ ଅଦାଲତର ଜଜ ସମର ବିଳାସ ବେହେରା ୧୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଗଡ଼ନାୟକଙ୍କୁ ତିନି ବର୍ଷ ଜେଲଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହିତ ଜୋରିମାନା ଅନାଦେୟରେ ଅଧିକ ତିନିମାସ ଦଣ୍ଡ ଶୁଣାଣି କରିଛନ୍ତି ମାନ୍ୟବର ଅଦାଲତ । ସୂଚନା ପ୍ରକାରେ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଗିରିସିଙ୍ଗ ଗ୍ରାମ ନିବାସୀ ସତ୍ୟବାନ୍‌ ପ୍ରଧାନ ନାମକ ବ୍ୟକ୍ତିଙ୍କ ୨୦୧୯ ମସିହା ମାର୍ଚ୍ଚ ମାସରେ ଏକକାଳୀନ ୪୧୮୮୧ ଟଙ୍କାର ବିଲ୍‌ ଆସିଥିଲା । ଏନେଇ ଶ୍ରୀ ପ୍ରଧାନ ବୌଦ୍ଧ ସାଉଥ୍‌ କୋ ଡିଭିଜନରେ ଅଭିଯୋଗ କରିଥିଲେ । ବିଲ୍‌ ସଂଶୋଧନ କରିବାକୁ ହେଲେ ଜିଲ୍ଲା ଗ୍ରାହକ ଫୋରମ୍‌ରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ ସାଉଥ୍‌ କୋ ଅଧିକାରୀ । ପରେ ଶ୍ରୀ ପ୍ରଧାନ ଜିଲ୍ଲା ଗ୍ରାହକ ଫୋରମରେ ପହଁଚି ଅଭିଯୋଗ କରିବା ସହ ଷ୍ଟେନୋ ଗଡ଼ନାୟକଙ୍କୁ ସାକ୍ଷାତ କରିଥିଲେ । ବିଲ୍‌ ସଂଶୋଧନ କରିବାକୁ ଗଡ଼ନାୟକ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତିନି ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ ସତ୍ୟବାନ୍‌ ଏବଂ ଏନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ମଧ୍ୟ କରିଥିଲେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ସତ୍ୟବାନ୍‌ ୧୮ ମାର୍ଚ୍ଚ ୨୦୧୯ରେ ଟଙ୍କା ଦେବାବେଳେ ଟଙ୍କା ସହ ମନ୍ମଥ କୁମାର ଗଡ଼ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ ବିଭାଗ । ଆଜି ଏହି ମାମଲାର ବିଚାର କରି ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ଅଦାଲତ । ସରକାରଙ୍କ ତରଫରୁ ମାମଲାକୁ ସ୍ୱତନ୍ତ୍ର ପିପି ଭି.ଭି. ରାମ ଦାଶ ପରିଚାଳନା କରୁଥିଲେ ।

hiranchal ad1
Leave A Reply

Your email address will not be published.

seventeen + twenty =