କାଳୀ ପୂଜା ପାଇଁ ଚଳଚଞ୍ଚଳ ସାକ୍ଷୀଗୋପାଳ ବୀରଗୋବିନ୍ଦପୁର

0 86

ପୁରୀ : ମା ଦକ୍ଷିଣ କାଳୀ ପୀଠ । ରାଜରାଜେଶ୍ୱରୀ ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ମା । ମାଙ୍କର ଦର୍ଶନ ସହ କରୁଣା ଲାଭ କରିବା ଲାଗି ହଜାର ହଜାର ଭକ୍ତଙ୍କର ଭିଡ ଜମିଛି ବୀରଗୋବିନ୍ଦପୁର ଗ୍ରାମରେ । ମନ୍ଦିରରେ ଥିବା ରୀତିନୀତିନୁସାରେ ମାଙ୍କ ଠାରେ ଦୁଇ ଗୋଟି ଛାଗ ବଳି ପଡିଥିବା ବେଳେ ମାଙ୍କର ଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କର ସୁଅ ଛୁଟିଛି ଏଠାକୁ । ପୁରୀ ଜିଲ୍ଲା ବୀରଗୋବିନ୍ଦପୁର ମା ଦକ୍ଷିଣକାଳୀ ପୀଠ । ବହୁ ପୁରାତନ କାଳରୁ ମା ଏଠାରେ ପୂଜା ପାଇଆସୁଛନ୍ତି । ଗତକାଲି ରାତ୍ର ୧୧ ଟା ପରେ ମାଙ୍କର ଗୁପ୍ତ ପୂଜା ପାଇଁ ପୂଜକ ମନ୍ଦିର ରେ ପହଞ୍ଚିବା ପରେଘଣ୍ଟ, ମାଦକ, ଛତ୍ରୀ, ତ୍ରାଶଧରି ନିକଟସ୍ଥ ମାଙ୍କ ପୋଖରୀରୁ ଗୋଟି କଳସରେ ଜଳ ଅଣାଯିବାପରେ ମାଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ପୂଜକ ଯନ୍ତ୍ର କାଟି ଆସ୍ଥାନ ଜମାଇ ମାଙ୍କର ରୀତିନୀତିନୁସାରେ ପୂଜା କରିଥିଲେ । ପ୍ରଥମେ ଘଟପୂଜା,ପରେ ଚକ୍ଷୁଦାନ, ପୁଷ୍ପାଣ୍ଡି ବଳି, ଆଖୁବଳି ମାଙ୍କ ପାଖରେ ପୂଜକ ସମର୍ପଣ କରିବା ପରେ ପରଂପରାନୁସାରେ ଛାଗ ବଳି ଦିଆଯାଇଥିଲା ମାଙ୍କ ପାଖରେ । ଆଜି ସକାଳୁ ମା ରାଜରାଜେଶ୍ୱରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ମାଙ୍କ ପାଖରେ ଗୁହାରି ଜଣାଇଲେ ମନସ୍କାମନା ପୂରଣ ହୋଇଥିବାର ବିଶ୍ୱାସ ରହିଛି । ଏଣୁ ମାଙ୍କୁ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଲାଗି ରହିଛି । ତେବେ ମାଙ୍କ ସେବାୟତଙ୍କ ସୁଚନା ଅନୁଯାୟୀ ଆଜି ଦିନ ସାରା ଦର୍ଶନ ଜାରୀ ରହିବ । ରାତି ୧୧ ଟା ପରେ ଭସାଣୀ ଅନୁଷ୍ଠିତ ହେବ । ସେପଟେ ହଜାର ହଜାର ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖାଯାଇ ପୋଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଚି । ମାଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତଙ୍କୁ ଧାଡିରେ ଛଡାଯାଉଛି । ପାର୍କିଂ, ଟ୍ରାଫିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଏହାକୁ ପରିଚଳନା କରିବାକୁ ୫ ପ୍ଲାଟୁନ ପୋଲିସ ଫୋର୍ସ ସହ ଅନେକ ଅଫିସରଙ୍କୁ ନିୟୋଜନ କରାଯାଇଛି ।

hiranchal ad1
Leave A Reply

Your email address will not be published.

19 − 8 =