ଶ୍ରୀମନ୍ଦିରରେ ପଲିଥିନ ବ୍ୟବସ୍ଥା ଉପରେ ପୁଣି ଲାଗିଲା କଟକଣା

0 93

ପୁରୀ : ଶ୍ରୀମନ୍ଦିରରେ ପଲିଥିନ ବ୍ୟବସ୍ଥା ଉପରେ ପୁଣି ଲାଗିଲା କଟକଣା । ଏଣିକି ଭକ୍ତ ହୁଅନ୍ତୁ କିମ୍ବା ସେବାୟତ କେହି ବି ମନ୍ଦିର ଭିତରେ ପଲିଥିନ ବ୍ୟବହାର କରିପାରିବେ ନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂର୍ବରୁ ପଲିଥିନ କଟକଣା ଉପରେ କଟକଣା ଥିଲେ ମଧ୍ୟ, କେହି ଏହାକୁ ଗୁରୁତ୍ୱ ଦେଉନଥିଲେ । ତେବେ ଶ୍ରୀମନ୍ଦିରରେ ପଲିଥିନ ବ୍ୟବହାର ବନ୍ଦ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ଫୁଲ, ଭୋଗ ସାମଗ୍ରୀ ପଲିଥିନରେ ନେବା ପରିବର୍ତ୍ତେ କପଡା ବ୍ୟାଗ୍‌ରେ ନେବା ପାଇଁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ସେହିପରି ଶ୍ରୀମନ୍ଦିର ଭିତରେ ସେବାୟତମାନେ ମଧ୍ୟ ପଲିଥିନ ବ୍ୟବହାର ନକରିବା ପାଇଁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ବିକଳ୍ପ ବ୍ୟାଗ ଭାବେ କପଡ଼ାରେ ପ୍ରସ୍ତୁତ ବ୍ୟାଗ୍‌ ଅବା ବିଭିନ୍ନ ପ୍ରାକୃତିକ ପଦ୍ଧତିରେ ତିଆରି ହେଉଥିବା ବ୍ୟାଗ୍‌ ବ୍ୟବହାର କରିବାପାଇଁ ପରାମର୍ଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ଏଦିଗରେ ଶ୍ରୀମନ୍ଦିର ପ୍ରଶାସନକୁ ସହଯୋଗ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି । ପୂର୍ବରୁ ଶ୍ରୀମନ୍ଦିରରେ ପଲିଥିନ୍‌ ବ୍ୟବହାର ଉପରେ କଟକଣା ଥିଲେ ମଧ୍ୟ କେହି ଏହାକୁ ମାନୁନଥିଲେ । ଫଳରେ ଫୁଲ ଏବଂ ଭୋଗ ସାମଗ୍ରୀ ନେବା ଆଣିବାରେ ବିପୁଳ ପଲିଥିନ ବ୍ୟବହାର ହେଉଛି । ଏହାଦ୍ୱାରା ପରିବେଶ ପ୍ରଦ୍ୟୁଷଣ ହେବା ସହ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେଉଛି । ଏଣୁ ପୁରୀ ସହରର ସୌନ୍ଦର୍ଯ୍ୟ ରକ୍ଷା ସହ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା ଉଚିିତ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ସେପଟେ ପ୍ରଶାସନର ଏଭଳି ନିୟମକୁ ସେବାୟତ ମାନେ ସ୍ୱାଗତ କରିଛନ୍ତି । ପଲିଥିନ ବ୍ୟବହାର ଦ୍ୱାରା ପରିବେଶ ପ୍ରଦୂଷିତ ହେଉଚି । ଏଣୁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ଉଭୟ ସେବାୟତ ଓ ଭକ୍ତ ମାନେ ମାନିବା ଉଚିତ୍‌ ବୋଲି ଶ୍ରମନ୍ଦିରର ଚୂନରା ସେବାୟତ ଶରତ ମହାନ୍ତି କହିଛନ୍ତି ।

hiring

hiranchal ad1
Leave A Reply

Your email address will not be published.

11 + 16 =