ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ବାହୁଡା଼ ଯାତ୍ରା

0 128

ହରଭଙ୍ଗା :ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ବିଶ୍ୱର ନାଥ ଜଗନ୍ନାଥଙ୍କ ଆଜି ଶ୍ରୀମନ୍ଦିରକୁ ବାହୁଡା଼ । ଏହି ଯାତ୍ରାକୁ ବିଶ୍ୱ ସ୍ତରରେ ପାଳନ କରୁଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ମହା ଆଡମ୍ବର ସହ ବାହୁଡା଼ ଯାତ୍ରା ପାଳିତ ହୋଇଯାଇଛି । ସେହିପରି ବ୍ଲକର ତିଳେଶ୍ୱର ରଥଯାତ୍ରା କମିଟି ପକ୍ଷରୁ ଅନୁଷ୍ଠିତ ହେଉଥିବା ବାହୁଡା଼ ଯାତ୍ରାଟି ମହା ଆଡମ୍ବର ସହ ପାଳନ କରାଯାଇଥିଲା । ପ୍ରଥମେ ଠାକୁରଙ୍କୁ ରୀତି ନୀତି ଅନୁଯାୟୀ ମଙ୍ଗଳ ଆଳତି, ଭକ୍ତଙ୍କ ଦର୍ଶନ ଓ ପହଣ୍ଡି ବିଜେ କାର୍ଯ୍ୟକୁ ତିଳେଶ୍ୱର ଗ୍ରାମର ଗଉତିଆ ବ୍ରହ୍ମାନନ୍ଦ ପ୍ରଧାନ ଠାକୁରଙ୍କୁ ଛେରାପହରା କାର୍ଯ୍ୟ ସମ୍ପାଦନ କରିଥିଲେ । ଶ୍ରାଦ୍ଧଳୁ ଭକ୍ତଙ୍କ ନାମ, ସଂକୀର୍ତ୍ତନ, ହରିବୋଲ, ହୁଳହୁଳି, ଘଣ୍ଟ ଶଙ୍ଖ, ଶବ୍ଦ ସହିତ ଜୟ ଜଗନ୍ନାଥ, ଜୟଜଗନ୍ନାଥ ଧ୍ୱନିରେ ରଥ ଟଣା ହୋଇ ମାଉସୀ ମନ୍ଦିରରୁ ବାହାରି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରଥ ପହଂଚି ଥିଲା । ଉକ୍ତ ରଥ ଯାତ୍ରାକୁ ତିଳେଶ୍ୱର ରଥ ମହୋତ୍ସବ କମିଟିର ଆବାହକ ଶୁଭର୍ଜିତ ପ୍ରଧାନ ସଭାପତି କେଦାରେଶ୍ୱର ମିଶ୍ର, ସମ୍ପଦକ ଅର୍ଜୁନ ପ୍ରଧାନ ସଦସ୍ୟ ଚିକୁ ମହାନ୍ତି, ସରୋଜ ବେହେରା, ସିପୁନ ମିଶ୍ର, ପ୍ରଭାତ ବେହେରା, ଚିକୁ ପାଢ଼ୀ, ନାରାୟଣ ମହାନ୍ତିଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ସେହିପରି ବାହୁଡା଼ ଯାତ୍ରାର ଧାରାବିବରଣୀ କାର୍ଯ୍ୟକ୍ରମରେ ପୁରୋହିତ ରଞ୍ଜନ ଦାସ, ଦିଲୁ ଯୋଶୀ, ସିମୁନ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଅନ୍ୟପଟେ ଚାରିଛକରେ ମଧ୍ୟ ବାହୁଡା଼ ଯାତ୍ରାରେ ଠାକୁରଙ୍କ ରୀତିନୀତି ପୂଜାର୍ଚ୍ଚନା ପରେ ହରଭଙ୍ଗା ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନଙ୍କ ଦ୍ୱରା ଛେରା ପହଁରା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଯାତ୍ରାକୁ ମହୋତ୍ସବ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ବ୍ଲକର ରାମଗଡ, ପୁରୁଣା କଟକ, ହରଭଙ୍ଗା, ବାଇଶିପଡା, ଧଳପୁର, କୋଇଲିସୁତା, ବଦଳାସାହି, କୁମାରୀ, ଭାପୁର, କରଞ୍ଜ କଟା, ବିରାମଚନ୍ଦ୍ରପୁର, କରଡ଼ି, ସରସରା ଆଦି ସ୍ଥାନ ଗୁଡିକରେ ରଥଯାତ୍ରା କମିଟି ପକ୍ଷରୁ ରୀତିନୀତି ଅନୁଯାଇ ଛେରା ପହରାଠୁ ଆରମ୍ଭ କରି ରଥ ଟଣା ହୋଇ ମାଉସୀ ମା ମନ୍ଦିରଠୁ ରଥ ବାହାରିକୁ ମହାପ୍ରଭୁ ଭାଇ ଓ ଭଉଣୀଙ୍କୁ ଧରି ନିଜ ମନ୍ଦିରକୁ ପହଂଚି ଥିଲେ । ବିଭିନ୍ନ ସ୍ଥାନରେ ଭକ୍ତଙ୍କ ବହୁ ସମାଗମ ଦେଖାଯାଇଥିଲା ବେଳେ ରଥ ଯାତ୍ରାକୁ ନେଇ ପୋଲିସ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳ,ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଜଳଛତ୍ରଠୁ ଆରମ୍ଭ କରି ରଥ ଯାତ୍ରାରେ ସହଯୋଗ କରିଥିବା ବେଳେ ପ୍ରତ୍ୟକ ସ୍ଥାନରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

4 × 1 =