ଗଜସାଥୀ ପ୍ରଶିକ୍ଷଣ ଶିବିର

0 80

ନୂଆଗାଁ : ନୟାଗଡ଼ ଜିଲ୍ଲା ସଂପଡା ମେଗା ନର୍ସରୀ ମଧ୍ୟରେ ଗଜସାଥୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଶିବିର ଅନୁଷ୍ଠିତ ହୋଇଯାଛି । ଜଙ୍ଗଲ ମଧ୍ୟରେ ହାତୀଙ୍କ ସୁରକ୍ଷା ଲାଗି ପ୍ରତିବର୍ଷ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ସୌଜନ୍ୟରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ପାର୍ଥ ସାରଥୀ ମଲିକ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥୀ ମଲିକ ଏବଂ ନୟାଗଡ଼ ବନ ଅଧିକାରୀ ଶ୍ରୀମତୀ କ୍ଷମା ଷଢଙ୍ଗୀ ଏବଂ ଉଭୟ ବନଖଣ୍ଡର ଏସିଏଫ ମାନେ ସମେତ ରେଞ୍ଜର, ଫରେଷ୍ଟ,ଗାର୍ଡ ଉପସ୍ଥିତ ରହିଥିଲେ । ତତ ସହିତ ୨୦୦ ସଂଖ୍ୟକ ଗଜସାଥୀ ବିଭିନ୍ନ ଭିଏସରୁ ଉପସ୍ଥିତ ରହିଥିଲେ । ଏହି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଆଭିମୁଖ୍ୟ ଥିଲା ହାତୀ ମାନଙ୍କର ସୁରକ୍ଷା, ହାତୀ ମାନଙ୍କର ଗତିବିଧି ଲକ୍ଷ୍ୟ କରିବା ଏବଂ ହାତୀମାନଙ୍କର ସୁରକ୍ଷା ଦେବା । ଜଙ୍ଗଲ ସୁରକ୍ଷା ଦେବା ସହିତ ହାତୀଙ୍କୁ ସୁରକ୍ଷା ଦିଅ ।

hiranchal ad1
Leave A Reply

Your email address will not be published.

5 × 4 =