୫-ଟି ସଚିବଙ୍କ ହରଭଙ୍ଗା ବ୍ଲକ ଗସ୍ତ: ମା’ ଭୈରବୀଙ୍କ ଦର୍ଶନ କଲେ, ମନ୍ଦିର ପରିସରରେ ଗଛ ଲଗାଇଲେ

0 261

ବୌଦ୍ଧ /ହରଭଙ୍ଗା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭିକେ ପାଣ୍ଡିଆନ ଆଜି ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ଜିଲ୍ଲାର କଣ୍ଟାମାଳ ବ୍ଲକ ଆମ୍ବଗାଁ ଜନତା ହାଇସ୍କୁଲ ପଡିଆ ହେଲିପେଡରେ ଓହ୍ଲାଇ ୫-ଟି ସ୍କୁଲ ପରିଦର୍ଶନ, ଯୁକ୍ତ ୨ ଓ ଡିଗ୍ରୀ କଲେଜକୁ ୫-ଟିରେ ରୂପାନ୍ତରିତ ସହିତ ସ୍ଥାନୀୟ ଅଞ୍ଚଳର ବିକାଶ ଦିଗରେ ଆଲୋଚନା କରିଥିଲା । ଏହା ପରେ ବୌଦ୍ଧଜିଲ୍ଲା ଷ୍ଟାଡିୟମ ପଡ଼ିଆଠାରେ ଅବତରଣ ପରେ ମିଶନ ଶକ୍ତିଙ୍କ ସହ ଆଲୋଚନା, ବିଜୁ ଆଦର୍ଶ, କୃଷକ ବଜାର, ମାର୍ଜକୁଦ ସେତୁ ପରିଦର୍ଶନ, ଜିଲ୍ଲା ସଂଗ୍ରହାଳୟ, ମହାନଦୀ ଆରତିଘାଟ, ଚନ୍ଦ୍ରଚୁଡ଼ ମନ୍ଦିର, ସର୍କିଟ ହାଉସ ପରିଦର୍ଶନ ପରେ ସଡ଼କପଥ ଦେଇ ହରଭଙ୍ଗା ବ୍ଲକ ମଡେଲ ଡିଗ୍ରୀ କଲେଜ ବାମଣ୍ଡା, ୫-ଟି ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ ବଡ଼ବନ୍ଧରେ ପହଂଚି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ । ପରେ ଭୈରବୀ ମନ୍ଦିର ଯାଇ ମା’ଙ୍କୁ ଦର୍ଶନ କରିବା ସହ ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଥିଲେ । ପରେ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ସାଧାରଣ ସଭାରେ ଶ୍ରୀ ପାଣ୍ଡିଆନ ବିଶ୍ୱସ୍ତରୀୟ ବିଭିନ୍ନ ମନ୍ଦିର ଉନ୍ନତିକରଣ ଭଳି ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକବାସିନୀ ମାଁ ଭୈରବୀଙ୍କ ମନ୍ଦିର ଉଚ୍ଚ କୋଟିର ଉନ୍ନତିକରଣ ପାଇଁ ଜନସାଧାରଣଙ୍କ ଆଗରେ ମାଁ ଭୈରବୀଙ୍କ ଜୟ ଧ୍ୱନି ଦେଇ ନିଜର ବକ୍ତବ୍ୟ ଶେଷ ରଖିଥିଲେ । ସଚିବଙ୍କ ସାଧାରଣ ଉଦବୋଧନ କାର୍ଯ୍ୟକ୍ରମରେ ଜିଲ୍ଲାର ମନ୍ଦିର, ମସଜିତ, କମ୍ୟୁନିଟି ସେଣ୍ଟର, ଆଦିର ଅଭିଯୋଗକୁ ଆସନ୍ତା ୭ଦିନ ଭିତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଅଭିଯୋଗର ସମାଧାନ ଘୋଷଣା ଏବଂ ଚାଷୀଙ୍କ ସମସ୍ୟାକୁ ଅଗ୍ରାଧିକାର ଦେଇ ଜିଲ୍ଲାରର ବିକାଶର ସବୁକ୍ଷେତ୍ରରେ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏପରିକି ଜିଲ୍ଲା ସ୍ତରୀୟ ଅଭିଯୋଗର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ସଚିବଙ୍କ ଏହି ଗସ୍ତରେ ବ୍ଲକର ହଜାର ହଜାର ଜନସାଧାରଣ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏମବିକେ, ମିଶନ ଶକ୍ତିର ବହୁ ମହିଳା ସଂଘ ଆଦି ଉପସ୍ଥିତ ରହିଥିଲେ । ଗୋଟିଏ ପଟେ ଜିଲ୍ଲାର ଅଗ୍ରଗତି ନେଇ ସଚିବଙ୍କ ଗସ୍ତ ସଫଳ ହୋଇଥିବା ବେଳେ ହରଭଙ୍ଗା ବ୍ଲକରେ ସଚିବଙ୍କ ଗସ୍ତ ଶାନ୍ତିଶୃଙ୍ଖଳା ସହିତ ଶେଷ ହୋଇଥିଲା । ପରେ ଭୁବନେଶ୍ୱର ଅଭିମୁଖେ ପୁରୁଣାକଟକ ମିନି ଷ୍ଟାଡିୟମ ପଡିଆରୁ ହେଲିକ୍ୟାପ୍ଟର ଯୋଗେ ଉଡାଣ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 2 =