ନୂଆଗାଁ : ନୟାଗଡ଼ ଜିଲ୍ଲା ମହୀପୁର ବନାଞ୍ଚଳ ଅଧିନସ୍ଥ ଖାଲମଡା ଗ୍ରାମରୁ ବନବିଭାଗ ବିଶେଷ ସୂତ୍ରରୁ ଖବରପାଇ ହଠାତ ଚଢ଼ାଉ କରି ବିଭିନ୍ନ ସ୍ଥାନରୁ ମୂଲ୍ୟବାନ କାଠ ଜବତ କରିଥିବାର ସୂଚନା ମିଳିଛି । ସୂଚନା ମୁତାବକ ବନପାଳ ରାକେଶ ସାହୁ ସମେତ ବନରକ୍ଷୀ ବିନାୟକ ଜେନା, ଶ୍ରୀକାନ୍ତ ନାୟକ, ସୁଧାକର ସାହୁ, ସମ୍ପତି ସାମନ୍ତରାୟ, ସାନ୍ନ୍ୟାସିନୀ ପ୍ରଧାନ ଏକତ୍ରିତ ଭାବରେ ଚଢାଉ କାରି ଖାଲମଡା ଗ୍ରାମର ବିଭିନ୍ନ ସ୍ଥାନରୁ ମୂଲ୍ୟବାନ ୮ ଖଣ୍ଡ କାଠ (୦୪ ଖଣ୍ଡ ଶାଳ,୦୨ ଖଣ୍ଡ କୁରୁମ ଓ ୦୨ ଖଣ୍ଡ କଷି)ଜବତ କରାଯିବା ସହ ୨ ଗୋଟି ମାମଲା ରୁଜୁ କରାଯାଇଥିବାର ବନପାଳ ରାକେଶ କୁମାର ସାହୁ ସୂଚନା ଦେଇଛନ୍ତି ।