ଚନ୍ଦ୍ରଭାଗାରେ ସପ୍ତମୀ ବୁଡ ଦେଲେ ଶ୍ରଦ୍ଧାଳୁ

0 93

ପୁରୀ : ପୂଣ୍ୟତୋୟା ଚନ୍ଦ୍ରଭାଗାରେ ସପ୍ତମୀ ବୁଡ ଦେଲେ ଶ୍ରଦ୍ଧାଳୁ । ପବିତ୍ର ମାଘସପ୍ତମୀ ବୁଡ ପାଇଁ ଚଳଚଞ୍ଚଳ ହେଲା ଅର୍କକ୍ଷେତ୍ର । ସାଧୁ ସନ୍ଥ ଓ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ ଦେଇ ପୁଣ୍ୟ କମେଇବାର ବିଶ୍ୱାସ ରହିଥିବା ବେଳେ ୩୩ ପ୍ଲାଟୁନ ଫୋର୍ସଙ୍କ ସୁରକ୍ଷା ବଳୟରେ ସମାପନ ହୋଇଛି ମାଘ ବୁଡ ।
ପାପ ମୋଚନୀ ଅର୍କ କ୍ଷେତ୍ରରେ ବୁଡ ଦେଲେ ଶ୍ରଦ୍ଧାଳୁ । ମାଘ ସପ୍ତମୀର ପବିତ୍ର ତିଥିରେ ଅର୍କକ୍ଷେତ୍ର କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗାରେ ବୁଡ ଦେଇ ନିଜକୁ ଧନ୍ୟ ମନେ କରିଛନ୍ତି ଶ୍ରଦ୍ଧାଳୁ । ସକାଳୁ ସକାଳୁ ବ୍ରାହ୍ମ ମୁହୂର୍ତ୍ତରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ତୀର୍ଥଜଳରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବାର ରହିଥାଏ ପରମ୍ପରା । ଦାନ ଧର୍ମ କରି ପୁଣ୍ୟ ଅର୍ଜନ କରିବାର ବିଶ୍ୱାସକୁ ପ୍ରତିପାଦିତ କରିଥାନ୍ତି ରାଜ୍ୟର ବିଭିନ୍ନ କୋଣରୁ ଆସିଥିବା ଭକ୍ତ । ପଦ୍ମପୁରାଣର ପ୍ରାଚୀ ମାହାତ୍ମ୍ୟରେ ଅର୍କ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନା କରାଯାଇଛି ଓ ସେହି ଅର୍କ ତୀର୍ଥ ପରବର୍ତ୍ତୀ କାଳରେ ଚନ୍ଦ୍ରଭାଗା ତୀର୍ଥ ’ ନାମରେ ପ୍ରସିଦ୍ଧ ହୋଇଛି ଓ ସ୍ୱର୍ଗର ପୁଣ୍ୟତୋୟା ସରସ୍ୱତୀ ମର୍ତ୍ତ୍ୟଲୋକରେ ପ୍ରାଚୀ ନାମରେ ପ୍ରବାହିତ ହୋଇଥିଲେ ଓ ତା’ପରେ ଏହା ଚିତ୍ରୋତ୍ପଳା, କାଦୁଆ ଓ ଶେଷରେ ଚନ୍ଦ୍ରଭାଗା ନାମରେ କୋଣାର୍କ ନିକଟରେ ସମୁଦ୍ରରେ ପଡ଼ିଥିଲା ଓ ଶାମ୍ବ ଏହି ଚନ୍ଦ୍ରଭାଗା ନଦୀକୂଳରେ ସୂର୍ଯ୍ୟ ଉପାସନା କରି କୁଷ୍ଠରୋଗରୁ ମୁକ୍ତିଲାଭ କରିଥିଲେ ଓ ଏହି ଚନ୍ଦ୍ରଭାଗା ନଦୀରେ ସ୍ନାନ କରୁଥିବା ସମୟରେ ଶାମ୍ବ ସୂର୍ଯ୍ୟଙ୍କର ମଣିବିଗ୍ରହ ପାଇଥିଲେ ଏବଂ ସ୍ୱୟଂ ସୂର୍ଯ୍ୟଦେବ ତାଙ୍କର ସେହି ମୂର୍ତ୍ତିକୁ ଚନ୍ଦ୍ରଭାଗା ନଦୀ ତୀରରେ ମନ୍ଦିର ନିର୍ମାଣ ପାଇଁ ଶାମ୍ବଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ତେଣୁ ପ୍ରାଚୀନ କାଳରୁ ଏହି କ୍ଷେତ୍ରର ରହିଛି ବର୍ଣ୍ଣନା ।

hiring


ତିଥି ନିର୍ଘଣ୍ଟ ଅନୁସାରେ ଭୋର ୪ଟା ୩୪ ମିନିଟ୍‌ ରେ ନୀତି କାନ୍ତି, ସାଧୁସନ୍ଥଙ୍କ ଦ୍ୱାରା ମହାଆଳତି ପରେ ବୁଡ଼ ପକାଇଥିଲେ ଶ୍ରଦ୍ଧାଳୁ । ତିନି ଠାକୁର ତ୍ରିବେଣୀଶ୍ୱର, ଦକ୍ଷିଣେଶ୍ୱର ଓ ଐଶାନେଶ୍ୱର ମହାପ୍ରଭୁ ରାତ୍ର ୩ଟା ୩୦ରେ ପାରମ୍ପରିକ ଶୋଭାଯାତ୍ରାରେ ବାହାରି ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚି ମହାସ୍ନାନ କରିବେ । ଏହାପରେ ଶ୍ରଦ୍ଧାଳୁ ବୁଡ଼ ପକାଇଇଥିଲେ । ଏହା ପୂର୍ବରୁ ମାଧିପୂରର ତ୍ରିବେଣୀଶ୍ୱର ମହାପ୍ରଭୁ, କୁରୁଜଙ୍ଗର ଦକ୍ଷିଣେଶ୍ୱର ଓ ସନ୍ତପୁରର ଐଶାନେଶ୍ୱର ମହାପ୍ରଭୁ ତିନି ଠାକୁରଙ୍କୁ ଗତକାଲି ରାତିରେ ବିମାନବିଜେ କରିଥିବା ବେଳେ ରାତ୍ର ୧୨ଟାରେ ତିନିଠାକୁର କୋଣାର୍କ ଏନଏସି ମଣ୍ଡପରେ ଏକତ୍ରିତ ପରେ ଭୋଗ ଲାଗି ହୋଇଥିଲେ । ଏହାପରେ ଚନ୍ଦ୍ରଭାଗା ଅଭିମୁଖେ ବାହାରିଥିଲେ ୩ଠାକୁର । ସେଥିପାଇଁ ପୂର୍ବରୁ ପବିତ୍ର ତୀର୍ଥ ପୁଷ୍କରିଣୀ ଖନନ ସହ ବିଶୋଧନ କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ୩୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ ।ସମଗ୍ର ଅଞ୍ଚଳ ସିସିଟିଭି ବଳୟରେ ରହିବା ସହ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ଅଧିକାରୀ କାର୍ଯ୍ୟରେ ନିୟୋଜିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

nineteen + 16 =