ରକ୍ତ ଦାନ କରି ଜୀବନ ରକ୍ଷା କଲେ ଶାଶ୍ୱତ

0 145

ସୁବର୍ଣ୍ଣପୁର : କୁହାଯାଏ ରକ୍ତ ଦାନ ଏକ ମହତ୍‌ ଦାନ । ରକ୍ତ ଅଭାବରେ ବହୁ ସମୟରେ ଜୀବନ ଯିବାର ମଧ୍ୟ ନଜିର ରହିଛି , ମାତ୍ର କିଛି ବିରଳ ରକ୍ତ ଦାତାଙ୍କ ପ୍ରଚେଷ୍ଟାରେ ରୋଗୀଙ୍କୁ ରକ୍ତ ଦାନ କରି ଉଦାହରଣ ସୃଷ୍ଟି କରୁଥିବା ବ୍ୟକ୍ତି ମଧ୍ୟରେ ବିନିକା ବ୍ଲକ୍‌ ଅନ୍ତର୍ଗତ ପଲସାପାଲି ଗ୍ରାମର ଶାଶ୍ୱତ ବଡ଼ପଣ୍ଡା ବରଗଡରେ ଚିକିତ୍ସାଧୀନ ରୋଗୀ ଲିଲି ଦାସ ଯେ କି ରାମପୁରର ଜଣେ ଗୁରୁତର ଅବସ୍ଥାରେ ଥିବା ଗର୍ଭବତୀ ମହିଳାଙ୍କୁ ଆଜି ବିରଳ ବି ନେଗେଟିଭ୍‌ ରକ୍ତଦାନ କରି ତାଙ୍କର ଜୀବନ ରକ୍ଷା କରିଥିବା ଜଣାପଡ଼ିଛି । ଶାଶ୍ୱତ୍‌ ଆଗରୁ ମଧ୍ୟ ବୁର୍ଲା ଡ଼ାକ୍ତରଖାନା, ସୋମ୍‌ ମେଡ଼ିକାଲ,ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ସୁବର୍ଣ୍ଣପୁର ପରି ୧୦ ରୁ ଅଧିକ ଥର ରକ୍ତ କେନ୍ଦ୍ରରେ ବିଭିନ୍ନ ଗୁରୁତର ରୋଗୀଙ୍କୁ ରକ୍ତ ଦାନ କରି ଆସୁଛନ୍ତି । ଜିଲ୍ଲା ରକ୍ତ ସଂଯୋଜକ ମନୋଜ ପଣ୍ଡା ଶାଶ୍ୱତ ପରି ବିରଳ ରକ୍ତ ଦାତା ରକ୍ତ ଦାନ କରି ଅନ୍ୟର ଜୀବନ ରକ୍ଷା କରିବା ପାଇଁ ଆଗେଇ ଆସିବାକୁ ଯୁବକମାନଙ୍କୁ ଆହ୍ୱାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × three =