ଫୁଲବାଣୀରେ ବାହୁଡା ଯାତ୍ରା ସଂପନ୍ନ

0 212

ଫୁଲବାଣୀ: ବୁଧବାର ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ଯ୍ୟାୟ ଯାହାକି ପବିତ୍ର ବାହୁଡା ଯାତ୍ରା ନାମରେ କଥିତ । ବାହୁଡିଛନ୍ତି ଚ଼ତୁର୍ଦ୍ଧାମୂର୍ତ୍ତି ନିଜ ମନ୍ଦିର ଅଭିମୁଖେ । ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ଏହି ଯାତ୍ରା । ଖରା ଗୁଳୁ ଗୁଳି ସତ୍ତେ୍ୱ ବାହୁଡା ଯାତ୍ରାରେ ଭକ୍ତମାନଙ୍କ ପ୍ରବଳ ଭିଡ ହୋଇଥିଲା । ରଥ ଉପରେ ୩ ଠାକୁରଙ୍କୁ ଦର୍ଶନ କରିବାସହ ରଥ ଟାଣିବା ପାଇଁ ଫୁଲବାଣୀ ସହର ସମେତ ଆଖପାଖ ଅଞ୍ଚଳର ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା । ସକାଳୁ ସକାଳୁ ମଙ୍ଗଳ ଆଳତି ସହ ମଇଲମ, ରୋଷ ଘର ହୋମ,ପରେ ସୂର୍ଯ୍ୟ ଦେବ ପୂଜା, ଅବକାଶ ଓ ଦ୍ୱାରପାଳ ପୂଜା ଅନୁଷ୍ଠିତ ହୋଇଥିଲା । ପରେ ତିନି ଠାକୁରଙ୍କ ସହ ସୁଦର୍ଶନଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରଯାଇଥିଲା ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଛେରା ପହଁରା କରିଥିଲେ । ଦିନ ଦୁଇଟା ବେଳେ ରଥ ଟଣା ଆରମ୍ଭ ହୋଇଥିଲା । ଏହି ଅବସରରେ ଉପ ଜିଲ୍ଲାପାଳ ଶେଷଦେବ ମିଶ୍ର, ସଭାପତି ସୁନାସିର ମହାପାତ୍ର, ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା, ଆଇନଜିବି ବିଜୟ ମହାନ୍ତି, ରଜତ ମହାନ୍ତି ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏଥିସହିତ ଟିମ ହ୍ୟୁମାନିଟି କନ୍ଧମାଳର ଓ ଏବିଭିପି ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

ten − two =