ଗଞ୍ଜାମ:ଗଞ୍ଜାମ ଜିଲ୍ଲା କୋଦଳା ସ୍ୱର୍ଣ୍ଣମଇ ହାଇସ୍କୁଲ ଠାରେ ଆଜି କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ତଥା ଖଲିକୋଟ ରାଣୀସହେବା ଭି ସୁଜ୍ଞାନ କୁମାରୀ ଦେଓଙ୍କ ଜନ୍ମଦିନ ଉପଲକ୍ଷେ ଆଜି କୋଦଳା ସ୍ୱର୍ଣ୍ଣମୟୀ ହାଇସ୍କୁଲ ଠାରେ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୦୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ସୁବାଷ ମହାରଣା ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଦଳା ଏନଏସିର କାଉନସିଲର ଭଗବାନ ପାଢ଼ୀ, ମନୋରଞ୍ଜନ ଡାକୁଆ, ଜିତୁ ପ୍ରଧାନ, ସିମାଞ୍ଚଳ ଖଟେଇ , କୋଦଳା ଏନ୍ଏସି ମହିଳା ସଭାନେତ୍ରୀ ସୁଜାତା ରାଣୀ ପ୍ରଧାନ, କୋଦଳା ଯୁବ ସଭାପତି ସୁଦାମ ମାହାନ୍ତି, ୪୪ ନଂ ଜୋନ ଜିଲ୍ଲା ପରିଷଦ କଲ୍ୟାଣୀ ପାତ୍ର , ବ୍ଲକ ସଭାପତି ସିମାଞ୍ଚଳ ସାମଲ, ବିଜୟ ମହାପାତ୍ର , ରୂପ ରଞ୍ଜନ ସାହୁଙ୍କ ସମେତ ବହୁ ବିଜେଡି କର୍ମୀ ସହଯୋଗ କରିଥିଲେ ।