ଶାନ୍ତିଶୃଙ୍ଖଳା ସହିତ ମାଟ୍ରିକ ପରୀକ୍ଷା ଆରମ୍ଭ,କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

0 69

ଜହ୍ନାପଙ୍କ : ଆଜିଠାରୁ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଆରମ୍ଭ ହୋଇଛି । ତେବେ କପି ରୋକିବା ପାଇଁ ସ୍କ୍ୱାର୍ଡ ଗଠନ କରାଯାଇଛି । ଆଜି ପ୍ରଥମ ଭାଷା ସାହିତ୍ୟ ବିଷୟ ଥିଲା । ପରୀକ୍ଷା ଭଲ ହୋଇଥିବା ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି । ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ବୁଢ଼ୀପଦର, ମୁଣ୍ଡିପଦର ଉଚ୍ଚ ବିଦ୍ୟାଳୟ ଓ ଜଗତି ଉଚ୍ଚ ବିଦ୍ୟାଳୟର ୨୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ୧୭ ଜଣ ପରୀକ୍ଷକ, ସୁପରିଟେଣ୍ଡେଣ୍ଟ ଭାବେ ପ୍ରମୋଦ କୁମାର ଖମାରି ଓ ଡେପୁଟି ସୁପରିଟେଣ୍ଡେଣ୍ଟ ଭାବେ ଆଦିତ୍ୟ କୁମାର ପ୍ରଧାନ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ତେଲିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟ ଓ ମୁଣ୍ଡାପଡା ଉଚ୍ଚ ବିଦ୍ୟାଳୟର ୨୨୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ୧୪ ଜଣ ପରୀକ୍ଷକ, ସୁପରିଟେଣ୍ଡେଣ୍ଟ ଭାବେ ପ୍ରଧାନଶିକ୍ଷୟତ୍ରୀ ସୌଦାମିନୀ ପ୍ରଧାନ, ଡେପୁଟି ସୁପରିଟେଣ୍ଡେଣ୍ଟ ଭାବେ ତରଙ୍ଗିନୀ ବେହେରା ଦାୟିତ୍ୱ ତୁଲାଉଛନ୍ତି । ତେବେ ଆଜି ପରୀକ୍ଷା ଆରମ୍ଭ ହେଉଥିବାରୁ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରକୁ ପରିଦର୍ଶନରେ ଆସି ପରୀକ୍ଷା କିପରି ଚାଲିଛି ପଚାରି ବୁଝିବା ସହିତ ସ୍ୱଚ୍ଛତା ଓ ପାନୀୟ ଜଳ ସମ୍ପର୍କରେ ପଚାରିଥିଲେ ।

hiranchal ad1
Leave A Reply

Your email address will not be published.

five × 3 =