ବଡିବିଲ୍ଡିଂ ଓ ଫିଟ୍‌ନେସ୍‌ ପ୍ରତିଯୋଗିତାରେ ସନ୍ତୋଷ ବକ୍ସିଙ୍କୁ ରୌପ୍ୟ ପଦକ

0 89

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ପୋଲିସ ବିଭାଗ ତଥା ଓଏସ୍‌ଏପିରେ ସିପାହୀ ଭାବେ କାର୍ଯ୍ୟରତ ସନ୍ତୋଷ କୁମାର ବକ୍ସି ବଡିବିଲ୍ଡିଂ ଓ ଫିଟନେସ୍‌ ପ୍ରତିଯୋଗିତାରେ ରୌପ୍ୟପଦକ ହାସଲ କରି ଗଜପତି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ଶ୍ରୀ ବକ୍ସି ଝାରସୁଗୁଡା ବେଲପାହାଡର ଟିଆର୍‌ଏଲ୍‌ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା “ମିଷ୍ଟର/ମିଷ୍ଟର୍ସ ଓଡିଶା-୨୦୨୩” ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ସେ ଦ୍ୱିତୀୟ ସ୍ଥାନ ହାସଲ କରି ଅତିଥିମାନଙ୍କ ଦ୍ୱାରା ରୌପ୍ୟପଦକ ହାସଲ କରିଥିବାର ଜଣାପଡିଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ବଡିବିଲ୍ଡର୍ସ ମାନେ ଭାଗ ନେଇଥିଲେ । ଶ୍ରୀ ବକ୍ସିଙ୍କୁ ରୌପ୍ୟପଦକ ମିଳିଥିବାର ଖବର ପାରଳାରେ ପ୍ରଚାରିତ ହେବାପରେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ସୂଚନା ଯୋଗ୍ୟ ଯେ, ସନ୍ତୋଷ କୁମାର ବକ୍ସି ଏଥି ପୂର୍ବରୁ ବିଭିନ୍ନ ବଡିବିଲ୍ଡିଂ ଓ ଫିଟ୍‌ନେସ୍‌ ପ୍ରତିଯୋଗିତାରେ ଭାଗନେଇ ବହୁ ପଦକ ହାସଲ କରି ଜିଲ୍ଲା, ରାଜ୍ୟ ତଥା ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି । ସେ ଛୋଟ ବୟସରୁ ହିଁ ବଡିବିଲ୍ଡିଂ ତଥା ଶରୀରକୁ ସୁସ୍ଥ ସୁନ୍ଦର ରଖିବା ପାଇଁ ଆକୃଷ୍ଟ ହୋଇ ପ୍ରୟାସ କରି ଆସୁଥିଲେ । ଏହାପରେ ସେ ନିଜ ଶରୀରକୁ ସୁନ୍ଦର ଓ ସ୍ୱାସ୍ଥ୍ୟବାନ ଭାବେ ଗଢି ସହରର ବିଶେଷ କରି ଯୁବଗୋଷ୍ଠୀଙ୍କୁ ନେଇ ଶରୀରକୁ କିପରି ସୁସ୍ଥ ଓ ସୁନ୍ଦର ରଖିପାରିବେ ସେ ନେଇ ପ୍ରଶିକ୍ଷଣ ଦେଉଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ସଫଳତା ହାସଲ କରି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × 2 =