ବାପା ମାଁ ଛେଉଣ୍ଡ ଝିଅକୁ ସାହାଯ୍ୟ କଲେ ହରଭଙ୍ଗା ବିଡ଼ିଓ

0 232

ହରଭଙ୍ଗା: ଦିନ ଥିଲା ବାପା, ମାଁ, ଭାଇ ଭଉଣୀଙ୍କୁ ନେଇ ସୁଖଦୁଃଖରେ ପରିବାରଟି ଚାଲୁଥିଲା । କିନ୍ତୁ ଭାଗ୍ୟର ବିଡମ୍ବନା କେତେବେଳେ ଯେ କାହାର କଣ ଘଟିବ କେହି ଜାଣଁନ୍ତି ନାହିଁ । ଚାହୁଁ ଚାହୁଁ ପ୍ରଥମେ ମାଁ ସ୍ୱର୍ଗବାସି, ପୁଣି ବର୍ଷେ ତଳେ ଘରର ବଡ଼ ପୁଅଙ୍କ ହଠାତ ଅକାଳ ବିୟୋଗ । ଏସବୁ ପରିବାରକୁ ଦୁଃଖ ବଢାଇ ଦେଇଥିବା ବେଳେ ଗତ ଦୁଇ ମାସ ତଳେ ବାପା ମଧ୍ୟ ଚାଲିଗଲେ । ସମସ୍ତେ ଚାଲିଗଲା ପରେ ଏକା ହୋଇଗଲା ବଢିଲା ଝିଅ ସବିତା । ଏପଟେ ବିବାହ ବୟସରେ ସବିତା । ପାଖରେ କେହି ନାହିଁ, ଦୁଃଖ ମୂଲ କଲେ ପରିବାର ଚଳୁଥିଲା । ସମସ୍ତେ ଚାଲିଯିବା ପରେ ଏକୁଟିଆ ଝିଅଟି କଣ କରିବ ସେନେଇ ଚିନ୍ତାରେ ନିରାଶ୍ରୟୀ ଛେଉଣ୍ଡ ଝିଅ ସବିତା । ବିବାହ ବୟସରେ ପହଁଚି ଯାଇଛନ୍ତି ସବିତା କିନ୍ତୁ ଏସବୁ ପାଇଁ ଅର୍ଥ ପାଖରେ ନଥିବାରୁ ଏଭଳି ପରିସ୍ଥିତିରେ ଝିଅଟି ବିଭିନ୍ନ ସ୍ଥାନରୁ ସାହାଯ୍ୟ ପାଇଁ ହାତ ପକାଇ ଥିବା ଜଣାପଡିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ଗ୍ରାମର ସ୍ୱର୍ଗତ ଗୋପାଳ ଜାଲଙ୍କ ପରିବାରରେ । ବର୍ତମାନ ଘରେ ଏକାକୀ ଜୀବନ ବିତାଉଥିବା ସବିତାଙ୍କ କହିବା ଅନୁଯାୟୀ ଯେ ପ୍ରଥମେ ମାଁଙ୍କ ମୃତ୍ୟୁ, ପରେ ବଡ଼ ଭାଇଙ୍କ ଏବଂ ଦୁଇମାସ ତଳେ ବାପାଙ୍କ ଦେହାନ୍ତ ହୋଇଗଲା । ମୋର ବୟସ ବର୍ତ୍ତମାନ ବିବାହ ଯୋଗ୍ୟ ହୋଇଥିବାରୁ ଘରକୁ ବନ୍ଧୁବାନ୍ଧବ ଆସୁଛନ୍ତି । କିନ୍ତୁ ଏଭଳି ସ୍ଥିତିରେ ମୁଁ କ’ଣ କରିବି କିଛି ଭାବି ପାରୁନି, ସେନେଇ ବୌଦ୍ଧ ମାରୱାଡି ଯୁବ ମଞ୍ଚ, କିଛି ସମାଜସେବୀଙ୍କୁ ଦୁଃଖ ଜଣାଇଛି ଏବଂ ସାହାଯ୍ୟ ପାଇଁ ହାତ ପକାଉଛି ବୋଲି କୋହଭରା କଣ୍ଠରେ ସବିତା ପ୍ରକାଶ କରିଛନ୍ତି । ଏଭଳି ସମୟରେ ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକଙ୍କୁ ମଧ୍ୟ ଅସୁବିଧା ସମ୍ପର୍କରେ ଅନୁରୋଧ କରିଥିବାରୁ ମୋର ବିବାହ ପାଇଁ ମୋ ଘରକୁ ଆସି ବିଡ଼ିଓ ମାଡାମ ୧୦ହଜାର ଟଙ୍କା ସାହାଯ୍ୟର ହାତ ବଢାଇ ଥିବାରୁ ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି ନିରାଶ୍ରୀ ସବିତା । ବିଡିଓଙ୍କ ଏଭଳି ମହାନତା ଗୁଣକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

15 − 12 =