କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ନଗ୍ନ ଭିଡିଓ ଭାଇରାଲ କରି ଯୁବକ ଗିରଫ

0 454

ବାଲିଗୁଡା : କଲେଜ ଛାତ୍ରୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ପରେ ଛାତ୍ରୀଙ୍କୁ ଧମକ ଚମକ ଦେଇ ଛାତ୍ରୀଙ୍କ ନଗ୍ନ ଦୃଶ୍ୟକୁ ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରାଲ କରିବା ଘଟଣାରେ ଦାରିଙ୍ଗବାଡି ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଜଣକ ହେଲେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ପର୍ତ୍ତ ମାହା ପଞ୍ଚାୟତ କଟାବାଡ଼ି ଗ୍ରାମର ଜିହୋସୟ ପ୍ରଧାନ । ସୂଚନା ମୁତାବକ ଦାରିଙ୍ଗବାଡି ଅଞ୍ଚଳର ଜଣେ ଯୁବତୀ ଦାରିଙ୍ଗବାଡି ରାଧାକୃଷ୍ଣ ମନ୍ଦିର ନିକଟରେ ଏକ ଘର ଭଡ଼ା ନେଇ ଏକ ଘରୋଇ କଲେଜରେ ଅନ୍ୟ ଦୁଇ ଜଣ ସହପାଠୀଙ୍କ ସହିତ ରହୁଥିଲେ । ତେବେ ଗତ ୨୯ତାରିଖରେ ୩ଜଣ ଛାତ୍ରୀଙ୍କ ମଧ୍ୟରୁ ୨ଜଣ କଲେଜ ଯାଇଥିବା ବେଳେ ଅଭିଯୋଗ କରିଥିବା ପୀଡ଼ିତା ଛାତ୍ରୀଙ୍କ ଶରୀର ଅସୁସ୍ଥ ଥିବାରୁ ସେ ଭଡ଼ା ଘରେ ଏକୁଟିଆ ଥିଲେ । ସେହି ସମୟରେ ଅଭିଯୁକ୍ତ ଜିହୋସୟ ବଳ ପୂର୍ବକ ଛାତ୍ରୀ ରହୁଥିବା ଘର ଭିତରକୁ ପଶି ବଳାତ୍କାର କରିଥିଲା । ବଳାତ୍କାର କରିବା ପରେ ଛାତ୍ରୀଙ୍କ ନଗ୍ନ ଫଟୋ ଓ ଭିଡିଓ ଉତ୍ତୋଳନ କରି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେବା ସହ ଛାତ୍ରୀଙ୍କ ନଗ୍ନ ଫଟୋ ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ଏନେଇ ଗତକାଲି ଛାତ୍ରୀ ଜଣକ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦାରିଙ୍ଗବାଡି ଥାନା ପୋଲିସ ୨୦୨/୨୩ରେ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତ ପରେ ଏହି ଘଟଣାରେ ଆଇପିସି ର ଧାରା ୩୭୬,୫୦୫ ଆଇଆଇଟି ଆକ୍ଟ ୬୭ ଓ ୬୭-ଏ ଅନୁସାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଦାରିଙ୍ଗବାଡି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

6 + two =