ଜାନୁଆରୀ ୧ରୁ ଜାତୀୟ ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ “ପଏଁରୀ ତିହାର-୨୦୨୩”

0 97

ସୁବର୍ଣ୍ଣପୁର : ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ନୁଆଦିଲ୍ଲୀ, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ, ନୂଆଦିଲ୍ଲୀ, ଓଡିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ, ଭୁବନେଶ୍ୱର ଆନୁକୁଲ୍ୟରେ ପଏଁରୀ ସୁବର୍ଣ୍ଣପୁର ପକ୍ଷରୁ ଏବଂ ଜିଲ୍ଲା ସଂସ୍କୃତି ପରିଷଦ, ସୁବର୍ଣ୍ଣପୁରଙ୍କ ମିଳିତ ସହଯୋଗରେ ଆସନ୍ତା ଜାନୁୟାରୀ ୧ ରୁ ୩ ପର୍ଯ୍ୟନ୍ତ ଭୀମଭୋଇ କଳା ମଣ୍ଡପରେ ପାଳନ ହେବ ଜାତୀୟ ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ “ପଏଁରୀ ତିହାର” । ଏ ବର୍ଷ ଜିଲ୍ଲାର କଳାକାର ତଥା ଜିଲ୍ଲା ବାହାର ଆସାମ, ମଣିପୁର, ହରିଆଣା, ମଧ୍ୟପ୍ରଦେଶର, କଲିକତା ଓ ଛତିଶଗଡର କଳାକାରମାନେ ତାଙ୍କର ପାରମ୍ପରିକ ନୃତ୍ୟ ଓ ଗୀତ ପରିବେଷଣ କରିବେ ବୋଲି ସଂପାଦକ ଚୌଧୁରୀ ବିଭାର ସୂଚନା ଦେଇଥିଲେ ।ଅନୁଷ୍ଠାନ ର ସଭାପତି ଲଡୁକିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଂପାଦକ ଚୌଧୁରୀ ବିଭାର ବିଗତ ବର୍ଷର ଆୟ ବ୍ୟୟ ବିଷୟରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସଦସ୍ୟମାନଙ୍କୁ ନେଇ ମାଁ ସୁରେଶ୍ୱରୀଙ୍କଠାରେ ପୂଜାଅର୍ଚ୍ଚନା ସହିତ ସାଂସ୍କୃତିକ ଶୋଭାଯାତ୍ରା ଏବଂ “ଗଣ୍ଡାବଜାର ଉତ୍ପତ୍ତି ଓ ବର୍ତମାନ ସ୍ଥିତି : ସମୀକ୍ଷା /ଅନୁଶୀଳନ/ ଆଲୋଚନା”ର ଏକ ସେମିନାର ଓ କର୍ମଶାଳା କରିବାପାଇଁ ଉପଦେଷ୍ଟା ମଣ୍ଡଳୀ ସଭ୍ୟ ଶ୍ରୀବତ୍ସ ମଲ୍ଲିକ ଓ ଅଭିମନ୍ୟୁ କୁଶଳ ମତବ୍ୟକ୍ତ କରିଥିଲେ । ଜିଲ୍ଲାର ଲୋକ କଳାକାରମାନେ ପାରମ୍ପରିକ ଲୋକ ଗୀତ ଓ ଲୋକନୃତ୍ୟ ପରିବେଷଣ କରିବେ । ଯେଉଁ ମାନେ କଳା ସଂସ୍କୃତି ପାଇଁ ଜୀବନ ବ୍ୟାପି ସାଧନା କରିଛନ୍ତି ସେମାନଙ୍କୁ ପଏଁରୀ ସମ୍ମାନରେ ସମ୍ମାନିତ କରାଯିବ । ଏହି ବୈଠକରେ ଉପ ସଭାପତି ଶ୍ରୀ ପ୍ରଫୁଲ୍ଲ ନାଏକ ସହିତ ସହ-ସଂପାଦକ ପୃଥିରାଜ ବାଗ,୍‌ କୋଷାଧ୍ୟକ୍ଷ- ସୁଶାନ୍ତ ସାହୁ ସଦସ୍ୟ ସଂଜୟ ସାହୁ, ସନ୍ତୋଷ କୁମାର ପାଢୀ, ସୌମ୍ୟରଂଜନ ସେଠି, ଗୋପାଳ ମେହେର, ଅମିତ ସାହୁ, ନାରାୟଣ ଜଗଦଲା, ରାଘବ ସୁନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

hiranchal ad1
Leave A Reply

Your email address will not be published.

7 − four =