ଦ୍ୱିତୀୟ ଦିନରେ ପହଞ୍ଚିଲା ଡ୍ରାଇଭର ମହାସଂଘର ଧର୍ମଘଟ, ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟି, ଯାତ୍ରୀ ହନ୍ତସନ୍ତ

0 151

ବାଲିଗୁଡ଼ା: ଡ୍ରାଇଭର ଏକତା ମହାମଞ୍ଚ ଆନୁକୁଲ୍ୟରେ ଗତକାଲି ଅର୍ଥାତ୍‌ ମାର୍ଚ୍ଚ ୧୫ ତାରିଖରୁ ୧୦ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଓଡ଼ିଶା ଡ୍ରାଇଭର ମହାସଂଘ । ଆଜି ଧର୍ମଘଟ ଦ୍ୱିତୀୟ ଦିନରେ ପହଁଚିଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଗତକାଲି ଠାରୁ ସମସ୍ତ ଘରୋଇ ଯାତ୍ରୀବାହୀ ବସ୍‌ ଚଳାଚଳ ବନ୍ଦ ଥିବାବେଳେ ଆଜି ସରକାରୀ ବସକୁ ମଧ୍ୟ ଡ୍ରାଇଭର ସଂଘର ସଦସ୍ୟମାନେ ଅଟକାଇଥିବା ଦେଖିବାକୁ ମିଳିଛି । ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଦୂରଦୂରାନ୍ତରୁ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀ କିଭଳି ଘରକୁ ଫେରିବେ ସେନେଇ ଚିନ୍ତାରେ ଥିବା ଜଣାପଡ଼ିଛି । ସେପଟେ ବିଭିନ୍ନ ସ୍ଥାନରେ ମାଲବାହୀ ଟ୍ରକ୍‌ ଗୁଡ଼ିକ ଅଟକି ରହିଥିବା ମଧ୍ୟ ଦେଖିବାକୁ ମିଳୁଛି । ଟାଙ୍କିରେ ସରିଲାଣି ତେଲ । ପେଟ୍ରୋଲ ପମ୍ପକୁ ପହଁଚି ପାରୁନି ପେଟ୍ରୋଲ ଓ ଡିଜେଲ୍‌ ଗାଡ଼ି । ଫଳରେ ଦୁଇ ଚକିଆ ଓ ଚାରିକିଆ ଗାଡ଼ିକୁ ଆବଶ୍ୟକ ଅନୁଯାୟୀ ପେଟ୍ରୋଲ ଓ ଡିଜେଲ୍‌ ମିଳିପାରୁଥିବା ଦେଖିବାକୁ ମିଳିଛି । ସେପଟେ ଅତ୍ୟାବଶ୍ୟକ ସାମଗ୍ରୀ ପହଁଚି ପାରୁନଥିବାରୁ ଖାଉଟି ଏବେ ଚିନ୍ତାରେ ଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

eleven + 4 =