ଦୁଃଶ୍ଚିନ୍ତାରେ ସଦାନନ୍ଦ : ଭତ୍ତା କାର୍ଡ ମିଳିଛି,ହେଲେ ଟଙ୍କା ପାଇବାରୁ ବଞ୍ଚିତ

0 98

ଖପ୍ରାଖୋଲ : ଗରିବ,ଅସହାୟମାନଙ୍କୁ ବଞ୍ଚିବାର ସାହାରା ଦେବା ଲକ୍ଷ୍ୟରେ ସରକାର ବିଭିନ୍ନ ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ଭତ୍ତା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ତେବେ ଏହାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା କର୍ମଚାରୀ ତଥା ଅଧିକାରୀମାନଙ୍କର ଅବହେଳା, ମନୋମୁଖୀ କାର୍ଯ୍ୟ ଯୋଗୁ ବହୁ ହିତାଧିକାରୀ କାଡର଼୍ ପାଇଥିଲେ ମଧ୍ୟ ଭତ୍ତା ଟଙ୍କା ପାଉନାହାନ୍ତି । ଫଳରେ ହିତାଧିକାରୀଙ୍କୁ ମାନସିକ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି ।

hiring

ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଖପ୍ରାଖୋଲ ପଞ୍ଚାୟତ ଅଧିନସ୍ଥ ମହୁରୁଣ୍ଡି ଗାଁର ସଦାନନ୍ଦ ଭୋଇ । ସଦାନନ୍ଦଙ୍କୁ ଦୁଇ ତିନି ମାସ ହେବ ବାର୍ଦ୍ଧକ୍ୟ ଭତ୍ତା କାର୍ଡ ମିଳିଛି,ହେଲେ ଏଯାଏଁ ଭତ୍ତା ଟଙ୍କା ମିଳିନି! ସଦାନନ୍ଦ ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ,ତୁମ ପାସବୁକରେ ଟଙ୍କା ଜମା ହେଉଛି । ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧ୍ୟ ସମାନ କଥା କହୁଛନ୍ତି । ଭତ୍ତା ଟଙ୍କା ପାଇବା ପାଇଁ ସଦାନନ୍ଦ ପରିଣତ ବୟସରେ ଅଫିସକୁ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି,କିନ୍ତୁ କେହି ତାଙ୍କ ଦୁଃଖ ବୁଝୁ ନାହାନ୍ତି । ସଂପୃକ୍ତ ଅଧିକାରୀମାନଙ୍କର ଏଭଳି ଅବହେଳା ଓ ବେପରୁଆ ମନୋଭାବ ଅସହାୟ ସଦାନନ୍ଦଙ୍କ ଯନ୍ତ୍ରଣାକୁ ଆହୁରି ବଢାଇ ଦେଇଛି । ପ୍ରଶାସନ ଅବିଳମ୍ବେ ଏଥିପ୍ରତି ଦୃଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

two + eleven =