୧୦ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି, ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ

0 65

ଭୁବନେଶ୍ବର : ରାଷ୍ଟ୍ରପତି ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି । ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ, ୨୦୦ରୁ ଅଧିକ ଅଫିସର । ସାଧା ପୋଷାକଧାରୀ ପୋଲିସ ଓ ରୁଫଟପ୍ ସୁରକ୍ଷାକର୍ମୀ ମୁତୟନ କରାଯିବ । ଦିନ ୧ଟା ବେଳେ ଲିଙ୍ଗରାଜ ମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବ । ଗୁରୁବାର କାରକେଡ଼ ରିହଲସଲ କରାଯିବ ।

hiring

ଫେବୃଆରୀ ୧୦ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ଆସୁଛନ୍ତି ରାଷ୍ଟ୍ରପତି  । ହାତରେ ଆଉ କମ୍‌ ସମୟ ବାକି ଥିବାରୁ ପ୍ରସ୍ତୁତି ଜୋରଦାର ହୋଇଛି । କ୍ୟାମ୍ପସକୁ ନବବଧୂ ବେଶରେ ସୁସଜ୍ଜିତ କରାଯିବା ସହ ରଙ୍ଗିନ ଆଲୋକରେ ଆଲୋକିତ କରାଯାଇଛି । ପ୍ରବେଶ ପଥରୁ ଏକାଡେ଼ମିକ୍‌ ବିଲଡ଼ିଂ ପର୍ଯ୍ୟନ୍ତ ,ସବୁଠି ରାଷ୍ଟ୍ରପତିଙ୍କ ସ୍ୱାଗତ ଲାଗି ଭବ୍ୟ ଆୟୋଜନ । ଛାତ୍ରୀଙ୍କ ଠାରୁ ଆରମ୍ଭ କରି କୁଳପତି ପର୍ଯ୍ୟନ୍ତ ସମସ୍ତେ ଏକାଗ୍ରତାର ସହ କାମ କରୁଛନ୍ତି । କିଭଳି ଭାବେ ସ୍ୱାଗତ କରିବେ , ସେନେଇ ଜୋରଦାର ପ୍ରସ୍ତୁତି ଚାଲିଛି । କମିସନରେଟ୍‌ ପୋଲିସ୍‌ ପକ୍ଷରୁ ମଧ୍ୟ ଭିତିଭୂମି ଯାଂଚ ଚାଲିଛି । ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତନରେ  କେତେ ଜଣ ନିମନ୍ତ୍ରିତ ଅତିଥି ଉପସ୍ଥିତ ରହିବେ , ତାହାର ତାଲିକା ପସ୍ତୁତି ଚାଲିଛି । 

ରମାଦେବୀ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରପତି ଯୁକ୍ତ ୨ ଓ ଯୁକ୍ତ୩ ଶିକ୍ଷା ଗ୍ରହଣ କରୁଥିଲେ । ତେଣୁ କଲେଜ ପଢୁଥିବା ସମୟର ସାଙ୍ଗ ମାନଙ୍କ ସହ ରାଷ୍ଟ୍ରପତି ଏକାଠି ହେବାର ସମ୍ଭାବନା ରହିଛି । କ୍ୟାମ୍ପସ୍‌ରେ ପୁରୁଣା ଦିନର ସ୍ମୃତି ସାଉଁଟିବେ । ତାହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ନିଷ୍ପତି ହୋଇଛି ।

hiranchal ad1
Leave A Reply

Your email address will not be published.

11 + one =