ଲଙ୍ଗଳଖୋଲ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ କଟାଗଲା ଫାୟାର୍‌ ଲାଇନ୍‌

0 207

ଦଶପଲ୍ଲା : ମହାନଦୀ ବନ୍ୟପ୍ରାଣୀ ବାଣିଗୋଛା ପଶ୍ଚିମ ବନାଂଚଳ ତରଫରୁ ବନ ଓ ବନ୍ୟଜନ୍ତୁଙ୍କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ କରାଯାଇଛି ଫାୟାର ଲାଇନ୍‌ । ଏହି କ୍ରମରେ ଆଜି ବୁଗୁଡା ବିଟ୍‌ ହାଉସ୍‌ ଠାରୁ ସତ୍ୟ ମହାବୀର ମନ୍ଦିର ଦେଇ, ବାଣିଗୋଛା ପୂର୍ବ ବନାଂଚଳ ସୀମା ପର୍ଯ୍ୟନ୍ତ ଫାୟାର ଲାଇନ୍‌ କରାଯାଇଥିଲା । ପ୍ରତିବର୍ଷ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ବନ ତଥା ବନ୍ୟଜନ୍ତୁଙ୍କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଗାଁ ଗାଁରେ ସଚେତନତା ଅଭିଯାନ, ପଥପ୍ରାନ୍ତ ସଭା, ଲିଫ୍‌ଲେଟ୍‌ ବଣ୍ଟନ ଓ ସଂଲଗ୍ନ ଗ୍ରାମମାନଙ୍କୁ କିଛି କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରିଥାଏ ମହାନଦୀ ବନ୍ୟପ୍ରାଣୀ ବନ ବିଭାଗ । ଏହାଦ୍ୱାରା ବିପୁଳ ସଫଳତା ମଧ୍ୟ ପାଇଛି ବନ ବିଭାଗ । ଜନସାଧାରଣ ସଚେତନ ହେବା ଯୋଗୁଁ ବିଗତ ୧୦ ବର୍ଷ ମଧ୍ୟରେ ଜଂଗଲରେ ନିଆଁ ଲାଗିବା ୮୦ ଭାଗ କମିଯାଇଛି ବୋଲି କୁହନ୍ତି ଗ୍ରାମବାସୀ । ଯଦି ବା କେବେ କେମିତି ଜଂଗଲରେ ନିଆଁ ଲାଗିଯାଏ, ତେବେ ଗ୍ରାମବାସୀମାନେ ନିଆଁକୁ ଆୟତ କରିଦେଇଥାନ୍ତି । ବନବିଭାଗ ମଧ୍ୟ ଗ୍ରାମବାସୀମାନଙ୍କୁ ଏଥିପାଇଁ ଉତ୍ସାହିତ କରିଥାନ୍ତି । ଆଜିର ଏହି ଫାୟାର ଲାଇନ୍‌ କାର୍ଯ୍ୟକ୍ରମରେ ବନାଂଚଳ ଅଧିକାରୀ (ବାଣିଗୋଛା ପଶ୍ଚିମ)ସଂସାର ବର୍ଗିଆ, ବନପାଳ ଦିପ୍ତିରଂଜନ ଆଚାର୍ଯ୍ୟ, ଦିପ୍ତିରଂଜନ ନାୟକ, ବନରକ୍ଷୀ ପୁ୍‌ଷ୍ପଲତା ସ୍ୱାଇଁ ଓ ଫାୟାର ଗାର୍ଡ ବିଜୟ, ଯୁଗଳ,ମୁନା ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

10 − 6 =