କୃଷିବୀମା ପାଉଣା ଦବୀରେ ଖପ୍ରାଖୋଲ ତହସିଲ ସମ୍ମୁଖରେ ଚାଷୀଙ୍କ ଧାରଣା

0 324

ଖପ୍ରାଖୋଲ : ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୨୦୨୧ କୃଷିବୀମା ରାଶି ପାଉଣା ଦାବୀରେ ସୋମବାର ଚାଷୀ ଧାରଣା ଦେଇଥିଲେ । ବୀମା କମ୍ପାନୀର ଟାଲଟୁଳ ନୀତି ବିରୋଧରେ ସ୍ଥାନୀୟ ପେଟ୍ରୋଲ ପମ୍ପ ଠାରେ ଏକତ୍ରିତ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ଶୋଭାଯାତ୍ରରେ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଚାଷୀ ନେତା ସୂର୍ଯ୍ୟକାନ୍ତ ସାହୁଙ୍କ ନେତୃତ୍ୱରେ ଚାଷୀମାନେ ଧାରଣାରେ ବସିଥିଲେ । ଗତ ବର୍ଷ ଚାଷୀମାନେ ଧାର କରଜ କରି କୃଷି ବୀମା କରିଥିବା ବେଳେ ଆଜି ଯାଏ ବୀମା ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି । ବ୍ଲକର ୨୧ ଟି ପଞ୍ଚାୟତ ମଧ୍ୟରୁ ୮ ଟି ପଞ୍ଚାୟତର ଚାଷୀ ବୀମା ଟଙ୍କା ପାଇଥିବା ବେଳେ ଅନ୍ୟ ପଞ୍ଚାୟତର ଚାଷୀ ମାନେ ବୀମା ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି । ଏ ନେଇ ପୂର୍ବରୁ ଚାଷୀ ମାନେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବାରୁ ଚାଷୀ ମାନେ କ୍‌ଷୋଭ ପ୍ରକାଶ କରିଥିଲେ । ଏ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ପ୍ରଦାନ କରିଥିଲେ । ତହସିଲଦାର ମିଶ୍ର ଓ ବ୍ଲକ କୃଷି ଅଧିକାରୀ ଡମ୍ବରୁଧର ମେହେର ଚାଷୀଙ୍କୁ ବୁଝା ସୁଝା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଅବସରରେ ହରି ପୋଢ଼ , ଗୁଣମଣି ଭୋଇ , ତାପସ ବେହେରା , ସମ୍ପତି ଭୋଇ , ଜନ୍ମ ଭୋଇ , ନିଲ ନିଆଲ , ବିଜୟ ବରିହା ପ୍ରମୁଖ ଚାଷୀ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

thirteen − seven =