ଇକୋ ପାର୍କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

0 313

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି ୪ନଂ ୱାର୍ଡର ଗୋଇବନ୍ଧା ଡ୍ୟାମ୍‌ ନିକଟରେ ସାଂସଦ ପ୍ରତିନିଧି ଟୁନା ଦାସ ଓ ବିଧାୟକ ଚକ୍ରମଣୀ କହଁରଙ୍କ ଦ୍ୱାରା ଇକୋ ପାର୍କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କନ୍ଧମାଳ ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଥିବା ବେଳେ ସବୁ ପର୍ଯ୍ୟଟନ ସ୍ଥଳୀର ବିକାଶ କାର୍ଯ୍ୟ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ବର୍ତ୍ତମାନ ବାଲିଗୁଡ଼ା ଏନ୍‌ଏସିରେ ଥିବା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର ଅନୁଦାନ ଦେଇଛନ୍ତି । ଏହି ଇକୋ ପାର୍କ ନିର୍ମାଣ ହେବା ପରେ ଏଠାକୁ ମଧ୍ୟ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିବେ ଏବଂ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବେ ପର୍ଯ୍ୟଟକ ବୋଲି କହିଛନ୍ତି ସାଂସଦ ପ୍ରତିନିଧି, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଏନ୍‌ଏସି ଅଧ୍ୟକ୍ଷ । ଏହାର ନିର୍ମାଣ ଦାୟିତ୍ୱ ବାଲିଗୁଡ଼ା ବନବିଭାଗ ନେଇଥିବା ବେଳେ ଏଠାରେ ଇକୋ ପାର୍କ ନିର୍ମାଣ ସହ ନିକଟରେ ଥିବା ଡ୍ୟାମରେ ବୋଟିଂର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କହିଛନ୍ତି ବାଲିଗୁଡ଼ା ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ସାଂସଦ ପ୍ରତିନିଧି ଟୁନା ଦାସ, ବିଧାୟକ ଚକ୍ରମଣୀ କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ, ପୁର୍ବତନ ଏନ୍‌ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ସମେତ ବିଭିନ୍ନ ୱାର୍ଡର କାଉଁସିଲର ଓ ସ୍ଥାନୀୟ ଲୋକେ ସାମିଲ୍‌ ହୋଇଥିଲେ । ଅନ୍ୟପଟେ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବନାଞ୍ଚଳ ଅଧିକାରୀ ଉଦିତ୍‌ ପ୍ରଧାନ ସମସ୍ତ ପ୍ରସ୍ତୁତିର ଅନୁଧ୍ୟାନ କରିଥିଲେ । ଫରେଷ୍ଟର ମାନସ କୁମାର ସାହୁ,ଗିରିଶ ସାହୁ, ମନୋରଞ୍ଜନ ପରିଛା, ପ୍ରିୟଙ୍କା କହଁର,ବନରକ୍ଷୀ ସୁଜାତା ସାହୁ, ପାର୍ବତୀ ମଲ୍ଲିକ, ସୁନିତା ପାଣ୍ଡେ, ସତ୍ୟନାରାୟଣ ମହାନ୍ତି, ସ୍ନେହାସ୍‌ କହଁରଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × five =