ନିର୍ମାଣଧୀନ ପୋଲ ; ବର୍ଷେ ନ ପୂରୁଣୁ ଉଠିଲାନି କଂକ୍ରିଟ୍‌

0 84

ହରଭଙ୍ଗା :ସର୍ବ ପୁରାତନ ଜଗନ୍ନାଥ ସଡକ ନୂତନ ଓ ପ୍ରଶସ୍ତି କରଣ ପାଇଁ ଆଜକୁ ପ୍ରାୟ ୧୦ବର୍ଷରୁ କାର୍ଯ୍ୟ ଚାଲୁ ରହିଛି । କିନ୍ତୁ ଏହା କେତେ ଅଟକଳ ବ୍ୟୟରେ କାର୍ଯ୍ୟ ହେଉଛି ସୂଚନା ଫଳକ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଉଛି । ପୁଣି ଉକ୍ତ ରାସ୍ତାଟି ବୌଦ୍ଧ ଜିଲ୍ଲା ମହାନଦୀ କୂଳେ କୂଳେ ଯାଇଥିବାରୁ ପ୍ରତିବର୍ଷ ବନ୍ୟାରେ ଏହି ରାସ୍ତାରେ ବଲାଟ ନାଳ, ମଙ୍ଗଳପୁରଠାରେ ଗୌଡୁଣି ନାଳ ପ୍ରଗଳପୁର, ରାମଗଡର ଲଷ୍ମୀ ନାଳ, ହରଭଙ୍ଗା ସଗଡ଼ିଆ ନାଳ, କୁମାରୀ ବଡ଼ ଜୋର ନାଳ ଯାତାୟତ ବାଧା ପ୍ରାପ୍ତ ହେଉଥିବାରୁ ସୁଉଚ୍ଚ ସେତୁ ନିର୍ମାଣ କରାଯାଇଛି । କିନ୍ତୁ ବଡ଼ ଜୋର ଓ ବଲାଟ ସେତୁ କାର୍ଯ୍ୟ ମନ୍ଥର ଗତିରେ ହେଉଥିବା ବେଳେ ମଙ୍ଗଳପୁର ଗୌଡୁଣି ନାଳ ସେତୁ, ପ୍ରଗଳପୁର ତସଲା ପଡିଆ ସେତୁ, ରାମଗଡ ଲଷ୍ମୀ ନାଳ ସେତୁ ନିର୍ମାଣର ଗୋଟିଏ ବର୍ଷ ନ ପୂରୁଣୁ ଛାତ ଦୁର୍ବଳ, କଂକ୍ରିଟ ବାହାରି ଲୁହା ରଡ଼ ଦେଖା ଦେବା ଓ ଯେଉଁଠି ଆଘାତ କରିବେ ଭଙ୍ଗା ଭଳି ଆବାଜ ହେଉଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଏପରି ନିମ୍ନ ମାନ କାର୍ଯ୍ୟ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ସରକାରଙ୍କ କୋଟି କୋଟି ଟଙ୍କା ଉକ୍ତ କାର୍ଯ୍ୟରେ ଯନ୍ତ୍ରୀ ଓ ଠିକାଦାର ଲାଭ ଉଠାଇଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଉକ୍ତ ସମସ୍ୟା ଥିବା ସେତୁ ଗୁଡିକ ପୂର୍ତ୍ତ ବିଭାଗୀୟ ଅଧିକାରୀ ସମୀକ୍ଷା କରି ଦୁର୍ବଳ ଥିବା ସ୍ଥାନ ଗୁଡିକ ପୁନଃ କାର୍ଯ୍ୟ କରିବା ପାଇଁ ସାଧାରଣରେ ଦାବି ହେଉଛି ।

hiring

hiranchal ad1
Leave A Reply

Your email address will not be published.

15 + 18 =