୫୦ତମ ରକ୍ତଦାନ କରି ଚର୍ଚ୍ଚାରେ ଯୁବ ସାମ୍ବାଦିକ ଜଗନ୍ନାଥ ସାଗର

0 174

ସିନାପାଲି: କୁହାଯାଏ,ଦାନ ଓ ସେବାରେ ଯେଉଁ ଆନନ୍ଦ ଥାଏ,ତାହା ଅନ୍ୟ କେଉଁଥିରେ ନଥାଏ । ରକ୍ତ ଦାନ ସେହିଭଳି ଏକ କାର୍ଯ୍ୟ । ରକ୍ତ ଦାନ ଅର୍ଥ ଜୀବନ ଦାନ । ଏହା ଅତୀବ ପୁଣ୍ୟ କାର୍ଯ୍ୟ । ସମାଜରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି,ଯେଉଁମାନେ ଏଭଳି ପୁଣ୍ୟ କାର୍ଯ୍ୟ କରି ଅନ୍ୟର ଜୀବନ ବ ।ନ୍ତି । ଆଉ ଏଥିରୁ ସେମାନେ ପରମ ତୃପ୍ତି ଲାଭ କରନ୍ତି । ସେହିଭଳି ଜଣେ ବ୍ୟକ୍ତି ହେଲେ ନୂଆପଡା ଜିଲ୍ଲା ସିନାପାଲି ସହର ନିବାସୀ ଜଗନ୍ନାଥ ସାଗର । ପେସାରେ ସାମ୍ବାଦିକ;କିନ୍ତୁ ସାମ୍ବାଦିକତାରେ ନିଜକୁ ସୀମିତ ନରଖି,ଲୋକଙ୍କ ସେବାରେ ନିଜକୁ ସମର୍ପି ଦେବାର ଦୁର୍ଲଭ ଗୁଣକୁ ସେ ଆଦରି ନେଇଛନ୍ତି । ରକ୍ତ ଦାନକରି ଅନ୍ୟର ଜୀବନ ବ ।ଇବା ତାଙ୍କର ଏକ ବ୍ରତରେ ପରିଣତ ହୋଇଛି । ଏହି ଯୁବ ସାମ୍ବାଦିକ ଜଣକ ପରେ ଜଣେ,ଏହିପରି ୫୦ ଜଣଙ୍କୁ ରକ୍ତ ଦାନ କରି ସାରିଲେଣି । ଅର୍ଥାତ ରକ୍ତ ଦାନରେ ସେ ଅର୍ଦ୍ଧଶତକ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି । ରବିବାର ସେ ତାଙ୍କର ୫୦ତମ ରକ୍ତ ଦାନକରି ଜଣେ ନିରୀହ ବ୍ୟକ୍ତିର ଜୀବନ ବ ।ଇଛନ୍ତି । ଖଡ଼ିଆଳ ବ୍ଲକର ଖାସବାହାଲ ପଞ୍ଚାୟତ ଚଚରାଭଟା ଗ୍ରାମର ଜଣେ ନିରୀହ ବ୍ୟକ୍ତି ଶ୍ରାବଣୀ ସାହାଣୀଙ୍କୁ ଧର୍ମଗଡ଼ ଉପଖଣ୍ଡ ହସ୍ପିଟାଲରେ ରକ୍ତଦାନ କରି ସେ ତାଙ୍କ ଜୀବନ ବଞ୍ଚାଇଛନ୍ତି । ତାଙ୍କର ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ ସାହାଣୀଙ୍କ ପରିବାର ତାଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

one × 4 =