ହରଭଙ୍ଗା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି

0 120

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ଲକର ବିଭିନ୍ନ ସ୍ଥାନରୁ ମୋଟ ୧୩୯ ଜଣ ଅଭିଯୋଗକାରି ଅଭିଯୋଗ ପତ୍ର ପ୍ରଦାନ କରିଥିବା ବେଳେ ସେଥିମଧ୍ୟରୁ ୧୩୬ଟି ବ୍ୟକ୍ତିଗତ , ୩ଟି ସାମୁହିକ ଅଭିଯୋଗ ହୋଇଥିଲା ସେଥି ମଧ୍ୟରୁ ୯୨ ଟି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଥିଲା । ଏହି ଜଣ ଶୁଣାଣିରେ ଦୁଇ ଜଣଙ୍କୁ ଟ୍ରାୟ ସାଇକେଲ, ଜଣଙ୍କୁ ଆଶା ବାଡ଼ି, ଜଣଙ୍କୁ ବିଧବା ଭତ୍ତା, ଏବଂ ୨୪ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ଓ ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ଯୋଗାଇ ଦେଇଥିବା ଜଣାପଡିଛି । ଉକ୍ତ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ,ଉପ ଜିଲ୍ଲା ପାଳ ରବିନ୍ଦ୍ର ନାଥ କହଁର, ଅତିରିକ୍ତ ଜିଲ୍ଲା ପାଳ ଦାରିଦ୍ର ଭଞ୍ଜନ ମଦନମହୋନ ମହାପାତ୍ର, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ବିଡିଓ ହରଭଙ୍ଗା ସ୍ୱପ୍ନିତା ନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ଓ ବ୍ଳକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

three × 5 =