ମା’ ଭୈରବୀ ମହୋତ୍ସବର ତୃତୀୟ ସନ୍ଧ୍ୟା, ପପୁ ପମ୍‌ପମଙ୍କ କମେଡିରେ ଝୁମିଲେ ଦର୍ଶକ

0 95

ହରଭଙ୍ଗା : କଳା, ସଂସ୍କୃତି, ଭକ୍ତି ଓ ଆଧ୍ୟାତ୍ମିକ ଭାବନାର ମହା ମିଳନ ଚତୁର୍ଥ ରାଜ୍ୟସ୍ତରୀୟ ମା’ ଭୈରବୀ ମହୋତ୍ସବ । ଏହି ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମା’ଙ୍କ ସନ୍ଧ୍ୟା ଧୂପ ଓ ଆଳତି ପରେ ସାଧାରଣ ସଭାରେ ମୁଖ୍ୟ ଅତିଥିଭାବେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ସମ୍ମାନିତ ଅତିଥିଭାବେ ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜରାଜେଶ୍ୱରୀ ସିଂ, ସମାଜସେବୀ ରାଘବ ମଲ୍ଲିକ, କନ୍ଧମାଳ ସାଂସଦ କ୍ଷେତ୍ରୀୟ ବୌଦ୍ଧ ଜିଲ୍ଲା ସାଂସଦ ପ୍ରତିନିଧି ତଥା ଦୈନିକ ହୀରାଞ୍ଚଳ ଖବରକାଗକ ସମ୍ପାଦକ ଯୁଗୋଳ କିଶୋର ସାମଲ, ବରିଷ୍ଠ ଆଇନଜୀବୀ ନବ କିଶୋର ମିଶ୍ର ଓ ପୁରୁଣାକଟକ ଥାନା ଅଧିକାରୀ ସାରଦା ପ୍ରସାଦ ଦାସ ମଂଚାସୀନ ରହିଥିଲେ । ସରସ୍ୱତୀ ବିଦ୍ୟାମନ୍ଦିର ପୁରୁଣାକଟକ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇ ନିମନ୍ତ୍ରିତ ମଂଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲଙ୍କ ସଭାପତିତ୍ୱରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସାଧାରଣସଭାକୁ ଭୈରବୀ ଡିଗ୍ରୀ କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣିଆ ମଞ୍ଚ ପରିଚାଳନା କରିଥିଲେ । ପରେ ମଞ୍ଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉପସ୍ଥାପକ ଅଶୋକ ମହାନ୍ତି ଉପସ୍ଥାପିକା ଅର୍ଚ୍ଚନା ପାଢ଼ୀଙ୍କ ଉପସ୍ଥାପନାରେ ବିଶେଷ ମୁଖ୍ୟ ଆକର୍ଷଣ ଘରେ ଘରେ ପରିଚିତ ସିନେ ହାସ୍ୟ ଅଭିନେତା କମେଡି କିଙ୍ଗ ପପୁ ପମପମଙ୍କ କମେଡି ଓ ଗୀତ, ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ ପୁରୁଣାକଟକ, ଗୋଲଡେନ ପୋଟାଲ ଇଂରାଜୀ ସ୍କୁଲ, ଶିଶୁମନ୍ଦିର ତିଲେଶ୍ୱର ପୁନମ ଏଣ୍ଡ ଗ୍ରୁପ-ସମ୍ବଲପୁର, ଶିଶୁମନ୍ଦିର ପୁରୁଣାକଟକ, ବାଳିକା ବିଦ୍ୟାଳୟ ବଡ଼ବନ୍ଧ, ରାମଗଡ ହାଇସ୍କୁଲ, କସ୍ତୁରବା ବାଳିକା ବିଦ୍ୟାଳୟ, ଦୂଲଦୁଲି କଳାପରିଷଦ ବଲାଙ୍ଗୀର-ଘୁଡୁକା ନାଚ, ରୁଦ୍ର ଭୈରବୀ କ୍ଳବ ବୌଦ୍ଧର ବିହୁ ନାଚ ହଜାରହଜାର ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଜନ ଗହଳିକୁ ନେଇ ପୋଲିସ ପ୍ରଶାସନର ସହଯୋଗ ସହିତ ଭୈରବୀ ମହୋତ୍ସବ କମିଟି ଆବାହକ ବିଭୁଦତ୍ତ ବୋଷ, ସମ୍ପାଦକ ଅଶୋକ ସେଠୀ, ସାଙ୍ଗଠନିକ ସମ୍ପାଦକ ପ୍ରାଣବନ୍ଧୁ ସାହୁ, କାର୍ଯ୍ୟକାରୀ ସଭାପତି ସୁକାନ୍ତ ପଟ୍ଟନାୟକ, ସତୀଶ ବେହେରା, ମନୋଜ ପାଢ଼ୀ, ଅକ୍ରୁର ସେଠି, ମନୋଜ ସାହୁ, ବିକାଶ ମିଶ୍ର, ପ୍ରମୋଦ ମହାପାତ୍ର, ପ୍ରଶାନ୍ତ ସେଠି, କୈଳାଶ ଅଗ୍ରୱାଲ, ବାଳକୃଷ୍ଣ ନାଏକ, ସତ୍ୟ ନାଏକଙ୍କ ସମେତ କମିଟିର ସମସ୍ତ ସଦସ୍ୟ କାର୍ଯ୍ୟ ଭାର ତୁଲାଇଥିଲେ । ଅନ୍ୟ ପଟେ ଅସହାୟଙ୍କୁ କମିଟି ପକ୍ଷରୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

four + seven =