ପରିବେଶର ସୁରକ୍ଷା ଓ ପଲିଥିନ ବ୍ୟବହାର ଉପରେ ରୋକ ଲଗାଇବା ଉପରେ ଜ଼ିଲ୍ଲାପାଳଙ୍କ ଆହ୍ୱାନ

0 179

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ବନ ବିଭାଗ ଅଫିସ ସଭା ଗୃହଠାରେ ବିଶ୍ୱ ପରିବେଶ ଦିବସ ଓ ପଲିଥିନ ମୁକ୍ତ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗ ଦେଇ ଦୀର୍ଘ ୫୦ ବର୍ଷ ଯାଏ ପରିବେଶ ପାଇଁ କାର୍ଯ୍ୟକରି ଆସୁଥିବା ଜଙ୍ଗଲ ବିଭାଗ ଓ ଆମ ସମସ୍ତଙ୍କ ପାଇଁ ଆଜି ଏହାର ପର୍ଯ୍ୟାବବଣ କରାଯିବାର ସମୟ ଆସିଛି ବୋଲି କହି ବାୟୁ,ଜଳ, ମାଟି ପ୍ରଦୂଷଣ ହେଲେ ସମଗ୍ର ପରିବେଶ ପ୍ରଦୂଷଣ ହେବ । ଏଣୁ ଆମେ ବୃକ୍ଷ ରୋପଣ, ଏହାର ଯତ୍ନ ଏବଂ ପଲିଥିନ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇ ପରିବେଶ ବଞ୍ଚାଇବାକୁ ଆଜିର ଦିନରେ ସମସ୍ତେ ସଂକଳ୍ପ ନେବା ବୋଲି ମତ ରଖିଥିଲେ । ପରିବେଶ ସନ୍ତୁଳନ ପାଇଁ ଆମ ସହରରେ ଏଆର ଇଣ୍ଡେକ୍ସ ଓ ଆରପିଆରସି ମେଗା ପ୍ଲାଣ୍ଟ ପ୍ରସ୍ତୁତି ପାଇଁ ବନ ବିଭାଗକୁ ପରାମର୍ଶ କରିଥିଲେ । ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା, ଡିଏଫଓ, ଏସିଏଫ, ଇଓଡିଆରଡିଏ ନିହାର ରଞ୍ଜନ କଅଁର ଯୋଗ ଦେଇ ପରିବେଶ ସୁରକ୍ଷା ଉପରେ ମତ ରଖିଥିଲେ । ସଭାରେ ବିଭିନ୍ନ ବ୍ଲକର ୫ ଜଣ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ରଙ୍କୁ ଜ଼ିଲ୍ଲାପାଳ ଏସପି ପୁରସ୍କୃତ କରିଥିଲେ । ଶେଷରେ ଏହି କ୍ୟାମ୍ପସରେ ଜ଼ିଲ୍ଲାପାଳଙ୍କ ସମେତ ସମସ୍ତ ଅତିଥି ବୃକ୍ଷ ରୋପଣ କରିଥିଲେ । ସୋନପୁର ବନଖଣ୍ଡ ଅଧିକାରୀ ମନୋରଞ୍ଜନ ବାଘାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।

hiranchal ad1
Leave A Reply

Your email address will not be published.

twenty + fourteen =