ଦଶପଲ୍ଲା : ଦଶପଲ୍ଲା ଥାନା ଅନ୍ତର୍ଗତ ନଛିପୁର ଗ୍ରାମପଞ୍ଚାୟତର ଅରଖତଇଲାରେ ପଡି ଥିବା ନର କଙ୍କାଳ ଖବର ପ୍ରକାଶ ପରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଘଟଣା ସ୍ଥଳରେ ଦଶପଲ୍ଲା ପୁଲିସ ପହଂଚି ଶବ ଚିହ୍ନଟ କରିଛି । ଶବଟି ଜଣେ ମହିଳାଙ୍କର ହୋଇଥିବା ବେଳେ ସେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ବୋଲି ଜଣାପଡିଛି । ତାଙ୍କ ଘର ସ୍ଥାନୀୟ ଗୋହିରିଆମଡା ଗ୍ରାମରେ ହୋଇଥିବାବେଳେ ତାଙ୍କ ନାମ ପ୍ରମିଳା ପ୍ରଧାନ ବୋଲି ଜଣା ପଡିଛି । ସୂଚନା ଥାଉ କି ଅରଖ ତଇଲାରେ ନର କଙ୍କାଳ ପଡିଥିବାର କିଛି ଲୋକ ଦେଖିବାପରେ ଘଟଣାଟି ସମଗ୍ର ଅଞ୍ଚଳରେ ବାଂଚଲ୍ୟ ଖେଳାଇ ଦେଇଥିଲା । ତେବେ ଦଶପଲ୍ଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।