ଖରିଆର ରୋଡ଼ ପୋଲିସ୍‌କୁ ବଡ଼ ସଫଳତା; ଚୋରୀ ସାମଗ୍ରୀ ଉଦ୍ଧାର, ଅଭିଯୁକ୍ତ ଗିରଫ

0 159

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆର ରୋଡ ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଏକ ଚୋରୀ କେସ ରେଜିଷ୍ଟର ହେବାର ୨୪ ଘଣ୍ଟା ମଧ୍ୟରେ ଆସାମୀଙ୍କୁ ଖରିଆର ରୋଡ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏ ନେଇ ଜନସାଧାରଣରେ ଖରିଆର ରୋଡ ପୋଲିସକୁ ଭୁରି ଭୁରି ପ୍ରଶଂସା କରାଯାଉଛି । ପ୍ରକାଶ ଯେ ଖରିଆର ରୋଡ ହିରୋ ସୋରୁମ ମାଲିକ ପ୍ରେମନାଥ ସାହୁ ଗଲା ରାତିରେ ତାଙ୍କର ସୋରୁମର ଷ୍ଟୋର ରୁମ ତାଲା ଭାଙ୍ଗି ଦୁର୍ବୃତ୍ତମାନେ କିଛି ସାମଗ୍ରୀ ଚୋରୀ କରିଥିବା ନେଇ ଖରିଆରରୋଡ ଥାନାରେ ଏକ ଲିଖତ ଅଭିଯୋଗ କରିଥିଲେ । ତେବେ ଖରିଆର ରୋଡ ପୋଲିସ ଏ ନେଇ ୨୭/୨୦୨୪ରେ ଏକ ଚୋରୀ କେସ ରେଜିଷ୍ଟର କରି ତୁରନ୍ତ ଆକ୍ସନ ମୁଡ଼ରେ ଅଜଣା ଦୁର୍ବୃତ୍ତଙ୍କୁ ଖୋଜିଥିଲା । ଖରିଆର ରୋଡ ଆଇଆଇସି ଗୁରୁଦେବ କର୍ମୀଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଅରବିନ୍ଦ ମେହେର ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ । ଯେଉଁଥିରେ ଏଏସଆଇ ପ୍ରତାପ କୋଲକା,ଏଏସଆଇ ରାମ କ୍ରିଷ୍ଣା, କନେଷ୍ଟବଳ ଅଶୋକ କୁମାର ମାଝୀ, ରାଜେଶ ଗୌଡ଼, ଗାୟତ୍ରୀ ଗୌଡ଼ ପ୍ରମୁଖ ସାମିଲ ଥିଲେ । ତେବେ ଏହି ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କେସ ରେଜିଷ୍ଟର ହେବାର ୨୪ ଘଣ୍ଟା ମଧ୍ୟରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ସ୍ଥାନୀୟ ଖରିଆର ରୋଡ଼ ଥାନା ଅନ୍ତର୍ଗତ ଗୋତମା ଗାଁର ସ୍ୱର୍ଗୀୟ ଭବନ ସିଂ ଠାକୁରଙ୍କ ପୁଅ ସଞ୍ଜୟ ସିଂ ଠାକୁର (୨୪) ଏବଂ ପଡୋଶୀ ଛତିଶଗଡ ରାଜ୍ୟ ମହାଶମୁନ୍ଦ ଜିଲ୍ଲା କୋମାଖାନ ଥାନା ଅମେରା ଗାଁର ରେଖରାଜ ପାଣ୍ଡେଙ୍କ ପୁଅ କିଶୋର କୁମାର ପାଣ୍ଡେ (୨୮) । ଏହି ଦୁଇଅଭିଯୁକ୍ତଙ୍କୁ ଖରିଆର ରୋଡ ପୋଲିସ ଗିରଫ କରି ଚୋରୀ ହୋଇଥବା ହିରୋ ଚେନ ସ୍ମୋକେଟ ୧୮ଟି ଯାହାକି ଦୁଇଟି କାର୍ଟୁନରେ ଧୁଲା, ହିରୋ ସିନଥେଟିକ ଇଂଜିନ ଅଏଲ ଯାହାକି ୩ ଟି କାର୍ଟୁନରେ ଥିଲା, ଚୋରୀରେ ବ୍ୟବହୃତ ହିରୋ ଡିଲକ୍ସ ମୋଟର ସାଇକେଲ ନଂ ଓଡି ୨୬ ଏଫ୫୦୨୪ କୁ ସିଜ କରିଛି । ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଏସଆଇ ଅରବିନ୍ଦ ମେହେର ସୂଚନା ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

ten − 7 =