ସାମ୍ବାଦିକଙ୍କ ମାତୃ ବିୟୋଗ

0 185

ଫୁଲବାଣୀ : ଫୁଲବାଣୀ ସହରର ଜଣାଶୁଣା ଆଇନଜୀବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କ ମାତା ପ୍ରମିଳା ରାଣୀ ତ୍ରିପାଠୀଙ୍କ ୭୦ ବର୍ଷ ବୟସରେ ରବିବାର ଦିନ ରାତ୍ର ୨ଟା ୨୭ରେ ଫୁଲବାଣୀ ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳକୁ ତାଙ୍କ ପାଖରେ ବଡ଼ ପୁଅ ଆଦିତ୍ୟ, ବୋହୂ ପ୍ରତିଭା , ଦୁଇ ନାତୁଣୀ ପାୟଲ, ରୟାଲ, ସାନପୁଅ ଆଲୋକ ଉପସ୍ଥିତ ଥିଲେ । ତାଙ୍କର ଶବ ସକ୍ରାର ପୁରୀ ସ୍ୱର୍ଗଦ୍ୱାରରେ କରାଯାଇଥିଲା । ସେ ଜଣେ ଶାନ୍ତ, ଶିଷ୍ଟ, ସରଳ, ଧାର୍ମିକ ପରୋପକାରୀ ମହିଳା ଥିଲେ କ୍ଷାଦୁଃଖୀ ରଙ୍କିଙ୍କୁ ମନ ଜାଣି ସହଯୋଗ କରୁଥିଲେ । ତାଙ୍କରି ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏ ନେଇ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଆଇନଜୀବୀ ଓ ସାମ୍ବାଦିକ ମହଲରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି ।

hiranchal ad1
Leave A Reply

Your email address will not be published.

eighteen − 12 =