୪ଲକ୍ଷ ଟଙ୍କା ଚୋରି : ୩ ଗିରଫ

0 129

ଦଶପଲ୍ଲା : ନୂଆଗାଁ ଥାନା ଅଞ୍ଚଳ ମହିତମା ଗ୍ରାମ ଠାରୁ କିଛିଦୂରରେ ଥିବା କୁକୁଡ଼ା ଫାର୍ମର ଦୁଇ କର୍ମଚାରୀ ବାଇକ୍‌ରେ ୪ଲକ୍ଷ ଟଙ୍କା ନେଇ ବ୍ୟାଙ୍କରେ ଡିପୋଜିଟ୍‌ କରିବା ପାଇଁ ଯାଉଥିବା ସମୟରେ ମହିତମା ଜଙ୍ଗଲରେ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟି ନେଇଥିବା ନୂଆଗାଁ ଥାନାରେ କୁକୁଡ଼ା ଫାର୍ମର ମାଲିକ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ନୂଆଗାଁ ପୁଲିସି ତଦନ୍ତ ଆରମ୍ଭ କରିଥିଲା । ଆଜି ମହିତମା ଗ୍ରାମର କହ୍ନେଇ ଚରଣ ନାଏକ, ନବକିଶୋର ନାଏକ, ଆଲୁଏସ୍‌ ମାଣ୍ଡୁରାଙ୍କ ଠାରୁ ୧୨ହଜାର ଦୁଇଶହ ଟଙ୍କା ଆଦାୟ କରିବା ସହ ଏକ ଭୁଜାଲି ଜବତ କରିଛନ୍ତି । ଏହି ୩ ଜଣକୁ କୋର୍ଟଚାଲଣ କରାଯାଇଥିବା ଥାନା ଅଧିକାରିଣୀ ପୁଷ୍ପଲତା ବେହେରା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

six + 19 =