ବିଭିନ୍ନ ଚର୍ଚ୍ଚ ମାନଙ୍କରେ ବିଜୟ ଯାତ୍ରା ପାଳିତ

0 69

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ନୂଆସାହି ବାପ୍ତିଷ୍ଟ ଚର୍ଚ୍ଚ ସମେତ ଅଞ୍ଚଳର ବିଭିନ୍ନ ଚର୍ଚ୍ଚ ମାନଙ୍କରେ ପ୍ରଭୁ ଯୀଶୁଙ୍କର ବିଜୟ ଯାତ୍ରା ପର୍ବ ବା ଖଜୁର୍‌ ବାହୁଙ୍ଗା ପର୍ବ ପାଳିତ ହୋଇଯାଇଛି । ଖ୍ରୀଷ୍ଟ ଧର୍ମାଅବଲମ୍ବୀମାନେ ବିଭିନ୍ନ ଚର୍ଚ୍ଚରେ ବିଶ୍ୱାସ ଅନୁସାରେ ପ୍ରାର୍ଥନା କରିଥିଲେ । ଆସନ୍ତା ୧୫ ତାରିଖରେ ଗୁଡ଼ ଫ୍ରାଇଡେ ବା ଶୁଭ ଶୁକ୍ରବାର, ଯୀଶୁଙ୍କ ଦୁଃଖ ଭୋଗ ଦିନକୁ ବା କୃଷାର୍ପିତ ଦିନକୁ ସ୍ମରଣ କରି ପ୍ରାର୍ଥନା କରିବେ ଓ ଆସନ୍ତା ରବିବାର ବା ୧୭ ତାରିଖରେ ପୁନରୁତ୍ଥାନ ପର୍ବ ବା ଏଷ୍ଟର ସଂଡେ, ସେହି ଦିନ ଯୀଶୁ ମୃତ୍ୟୁରୁ ଉଠିବେ ବା ପୁନରୁତ୍ଥାନ ହେବେ ଓ ଅନେକ ଜନତାଙ୍କୁ ସାକ୍ଷାତ କରି ପ୍ରମାଣ କରିବେ ଯେ ସେ ମୃତ୍ୟୁକୁ ଜୟ କରିଛନ୍ତି ଓ ପୁନର୍ବାର ବଞ୍ଚିଛନ୍ତି । ଠିକ୍‌ ଏଷ୍ଟର ସଣ୍ଡେ ପୂର୍ବ ରବିବାର ଯୀଶୁଙ୍କର ବିଜୟ ଯାତ୍ରା । ଏହି ବିଜୟ ଯାତ୍ରାରେ ଚର୍ଚ୍ଚର ପାଳକ ଧର୍ମଶାସ୍ତ୍ର ବାଇବାଲରୁ ଯୀଶୁଙ୍କ ବିଜୟ ଯାତ୍ରା ବିଷୟରେ ପାଠ କରିବା ସହିତ ଏହି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥାନ୍ତି । ଏହି ବିଜୟ ଯାତ୍ରାରେ ପ୍ରଭୁ ଯୀଶୁ ଗଧ ଉପରେ ବସି ଯୀରୁଶାଲମକୁ ଯାତ୍ରା କରୁଛନ୍ତି । ସେହି ସମୟରେ ଅନେକ ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଆପଣା ଆପଣା ଲୁଗା ପଥରେ ବିଛାଇଲେ ଓ ଅନ୍ୟମାନେ ଗଛରୁ ଡାଳ କାଟି ଆଣି ବାଟରେ ବିଛାଇଦେବାକୁ ଲାଗିଲେ । ଆଉ ତାହାଙ୍କ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା ଦାଉଦ ସନ୍ତାନ! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା । ଏହି ପର୍ବ ଶୁଭ ଶୁକ୍ରବାର ଓ ପୁନରୁଥାନର ପୂର୍ବ ରବିବାର ପାଳନ କରାଯାଏ । ଆଜି ବିଶ୍ୱବ୍ୟାପୀ ତଥା ଅଞ୍ଚଳର ବିଭିନ୍ନ ଚର୍ଚ୍ଚର ବିଶ୍ୱାସୀମାନେ ବାଦ୍ୟ ବଜାଇ, ଖଜୁର ବାହୁଙ୍ଗା ଧରି ଗାଁ ଗାଁ ବୁଲିଥିଲେ ଓ ଲୋକମାନଙ୍କୁ ଜଣାଇଥିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବିଜୟ ଯାତ୍ରା କରିଛନ୍ତି । ଖ୍ରୀଷ୍ଟ ଧର୍ମାବଲମ୍ବୀ ବିଶ୍ୱାସୀମାନେ ଆନନ୍ଦରେ ଓ ଖୁସିର ସହିତ ଅଞ୍ଚଳର ସମସ୍ତ ଚର୍ଚ୍ଚ ମାନଙ୍କରେ ଏହି ବିଜୟ ଯାତ୍ରା ପର୍ବ ପାଳନ କରିଥିଲେ ।

hiranchal ad1
Leave A Reply

Your email address will not be published.

ten + eleven =