ଆଠଗଡରେ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥର ଶୁଭାରାମ୍ଭ

0 75

ଆଠଗଡ: ଆଠଗଡସ୍ଥ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କ ମନ୍ଦିର ଓ ତିଗିରିଆ ପ୍ରସନ୍ନମଣୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରକଳ୍ପ ପାଇଁ ଗୁଆ ଓ ଅକ୍ଷତ ସଂଗ୍ରହ ପାଇଁ ଅର୍ପଣ ରଥ ଗୁଡ଼ିକର ଶୁଭାରମ୍ଭ କରିଛନ୍ତି । ଆଠଗଡ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ଗ୍ରାମ ଓ ୱାର୍ଡ଼ରୁ ଗୁଆ ଓ ଅକ୍ଷତ ସଂଗ୍ରହ କରିବାକୁ ମୋଟ ୯ ଗୋଟି ଅର୍ପଣ ରଥ ଓ ତିଗିରଆର ସମସ୍ତ ଗ୍ରାମର ପ୍ରତି ଘରକୁ ୫ଗୋଟି ରଥ ଯିବ । ଜଗତର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଦେବଙ୍କର ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ । ଶ୍ରୀ ଜଗନ୍ନାଥ ଚେତନାର ପ୍ରଚାର ଓ ପ୍ରସାର ନିମିତ୍ତ ଯେଉଁ ଅଭିନବ ପ୍ରୟାସ କରାଯାଇଅଛି ସେଥିପାଇଁ ଆଠଗଡ ଅଟାଳି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସମସ୍ତ ସାଧୁସନ୍ଥ ସର୍ବୋପରି ଶ୍ରୀ ସଦାନନ୍ଦ ଦାସ ମହାରାଜ, ଶ୍ରୀ ଯଶୋଦା ନନ୍ଦନ ଦାସ ମହାରାଜ,ଶ୍ରୀ ରାଧାରମଣ ଦାସ ଓରଫ ଶିଲୁ ବାବା, ପ୍ରବଚକ ମାନସ ରଞ୍ଜନ ପଣ୍ଡା ଉପସ୍ଥିତ ରହି ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ପଂଚାୟତ ସମିତିର ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସାହୁ ଆଜିର କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ ସହ ସଂଯୋଜନା କରିଥିଲେ । ଏହି ଉତ୍ସବ ରେ ପଂଚାୟତ ସମିତିର ଅଧକ୍ଷା ମିନତୀ ଆଚାର୍ଯ୍ୟ, ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ରାଉତ ଓ ବିଜୁ ଜନତା ଦଳର ଜ଼ିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ଆତ୍ମାର ଅଧ୍ୟକ୍ଷ ରବୀନ୍ଦ୍ରନାଥ ରାଉତଙ୍କ ସମେତ ବହୁ ଶ୍ରୀ ଜଗନ୍ନାଥ ପ୍ରେମୀ ସଜ୍ୱନ ମଣ୍ଡଳୀ ଉପସ୍ଥିତ ଥିଲେ । କୀର୍ତ୍ତନ ମଣ୍ଡଳୀର ସଭାପତି ଅଜୟ କୁମାର ଦାସ,ଶ୍ରୀ ଶ୍ରୀ ଧବଳେଶ୍ୱର ପାଲା ଗାୟକ ସଂଘର ସମ୍ପାଦକ ଗାୟକ ସନ୍ତୋଷ କୁମାର ପଟ୍ଟନାୟକ, କଳା ସଂସ୍କୃତି ସଙ୍ଘର ଉପାଧ୍ୟାକ୍ଷ ପ୍ରଫୁଲ୍ଲ କୁମାର ଗଣ୍ଠିଆଙ୍କ ସଂଯୋଜନାରେ ବହୁ କୀର୍ତ୍ତନ ମଣ୍ଡଳୀ ଉପସ୍ଥିତ ରହି ଧାର୍ମିକ ପରିବେଶ ସୃଷ୍ଟି କରିଥିଲେ ।

hiranchal ad1
Leave A Reply

Your email address will not be published.

9 − three =