ଜହ୍ନାପଙ୍କ:ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ଗନ୍ଧରାଢୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମାକାନ୍ତ ପଣ୍ଡା ଜୁନ ୩୦ ତାରିଖରେ ତାଙ୍କ ଚାକିରୀ ରୁ ଅବସର ଗ୍ରହଣ କରିଥିଲେ । ଆଜି ମହାବିଦ୍ୟାଳୟରେ ତାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଧ୍ୟାପକ ଧ୍ରୁବ ଚରଣ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପ୍ରଥମ ପରିଚାଳନା କମିଟିର ସଭ୍ୟ ଭୋଳାଗିରି ସାହୁ,ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ପ୍ରଭାତ କୁମାର ଶତପଥୀ,ପ୍ରସନ୍ନ କୁମାର ଶତପଥୀ, ଅଧ୍ୟାପିକା ପ୍ରଭାତୀ ତ୍ରିପାଠୀ, ଲାଇବ୍ରେରୀଆନ ସୁଧାଂଶୁ ଶେଖର ପ୍ରଧାନ,ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିଭାଗର ଅଧ୍ୟାପକ ଅଶୋକ କୁମାର ପାଣ୍ଡିଆ ଯୋଗଦେଇ ଶ୍ରୀ ପଣ୍ଡାଙ୍କ ଚାକିରୀ ଜୀବନର ଅନୁଭୂତି ବଖାଣି ଥିଲେ ।ଶ୍ରୀ ପଣ୍ଡା ୧୯୯୩ ମସିହା ମହାବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନଠାରୁ ନିଜର ଦାୟିତ୍ୱ ସୁଚାରୁ ରୁପେ ସମ୍ପାଦନା କରି ଥିବାରୁ କଲେଜ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ସେ ଦୀର୍ଘ ୨୯ ବର୍ଷ ଚାକିରୀ କାଳରେ ୨୭ ବର୍ଷ ଅଧ୍ୟକ୍ଷ ପଦବୀରେ ରହିଥିଲେ ।ଶାରୀରିକ ଅଧ୍ୟାପକ ସୁବାଷ ଭୋଇ ଧନ୍ୟବାଦ ଦେଇଥିଲେ ।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର କର୍ମଚାରୀ ଅଶୋକ ପାଣିଗ୍ରାହୀ, ଅର୍ଜ୍ଜୁନ ପ୍ରଧାନ, ଭରତ ପ୍ରଧାନ, ହରି ପ୍ରଧାନ, ରବି ମେହେର, ସ୍ୱେଚ୍ଛାସେବୀ ସତ୍ୟ ପ୍ରଧାନଙ୍କ ସମେତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।